ଶ୍ରୀଦେବୀଙ୍କ ଅଜବ ସର୍ତ୍ତ ଶୁଣି ତାଙ୍କ ବଦଳରେ ଏହି ଅଭିନେତ୍ରୀଙ୍କୁ ନେଇଥିଲେ ନିର୍ଦ୍ଦେଶକ ରାଜାମୌଲୀ
ମୁମ୍ବାଇ: ଆଜି ହେଉଛି ବହୁଚର୍ଚ୍ଚିତ ‘ବାହୁବଲୀ-’ସିନେମାର ଜଣେ ମୁଖ୍ୟ କଳାକାରଙ୍କ ଜନ୍ମଦିନ। ‘ବାହୁବଲୀ-’ସିନେମାର ଚରିତ୍ର ଅନୁଯାୟୀ ଲୋକେ କଳାକାରଙ୍କୁ ଏବେ ବି ମନେ ରଖିଛନ୍ତି। ଏଥିମଧ୍ୟରୁ ଗୋଟିଏ ପ୍ରମୁଖ ଚରିତ୍ର ଥିଲା ଶିବଗାମୀ। ଶିବଗାମୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ହେଲା ରମ୍ୟା କ୍ରିଷ୍ଣନ୍। ଆଜି ହେଉଛି ରମ୍ୟାଙ୍କ ଜନ୍ମଦିନ।ସେ ‘ବଡ଼େ ମିୟାଁ ଛୋଟେ ମିଆଁ’ ସିନେମାରେ ଅମିତାଭ ବଚ୍ଚନଙ୍କ ନାୟିକା ବି ବନିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାତ୍ର ତେର ବର୍ଷ ବୟସରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଏଯାବତ୍ ଯେତେସବୁ ଚରିତ୍ର ପରଦା ଉପରେ ନିଭାଇଛନ୍ତି,ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ହେଲା ‘ଶିବଗାମୀ’।
‘ବାହୁବଲୀ-୨’ଫିଲ୍ମରେ ରମ୍ୟାଙ୍କ ଅଭିନୀତ ଶିବଗାମୀ ଚରିତ୍ର ପାଇଁ କିନ୍ତୁ ପ୍ରଥମ ପସନ୍ଦ ନଥିଲେ ସେ। ନିର୍ଦ୍ଦେଶକ ରାଜାମୌଲୀ ସର୍ବପ୍ରଥମେ ଏହି ଭୂମିିକା ପାଇଁ ଶ୍ରୀଦେବୀଙ୍କୁ ଅଫର୍ ଦେଇଥିଲେ। ହେଲେ ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ କରିବା ଲାଗି ଛଅ କୋଟି ଟଙ୍କାର ପାରିଶ୍ରମିକ ଦାବି କରିଥିଲେ। ତା’ଛଡ଼ା ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଗୋଟିଏ ଫ୍ଲୋର୍ ତାଙ୍କ ପାଇଁ ବୁକ୍ ହୋଇ ରହିବ ବୋଲି ସର୍ତ୍ତ ରଖିଥିଲେ।
ଶ୍ରୀଦେବୀଙ୍କ ଏଭଳି ଅଜବ ସର୍ତ୍ତ ଶୁଣି ରାଜା ମୌଲୀ ତାଙ୍କୁ ନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ଥାନରେ ସେ କାହାକୁ ନେବେ ବୋଲି ଚିନ୍ତା କରିଥିଲେ। ଅବଶେଷରେ ରମ୍ୟାା କ୍ରିଷ୍ଣନଙ୍କୁ ଅଫର୍ ଦେଲେ। ରମ୍ୟା ମାତ୍ର ଅଢ଼େଇ କୋଟି ଟଙ୍କା ପାରିଶ୍ରମିକରେ ‘ବାହୁବଲୀ’ରେ କାମ କରିବା ପାଇଁ ରାଜି ହୋଇଥିଲେ।