ବଲିଉଡ ପାଇଁ ତେଲୁଗୁ ସିିନେମାରେ ସଫଳ ଥିବା ମୋ କ୍ୟାରିୟର ଛାଡ଼ିବାକୁ ଉଚିତ୍ ଭାବିଲିନି: ରାମ୍ୟା କ୍ରିଷ୍ଣନ

ମୁମ୍ବାଇ: ବ୍ଲକବଷ୍ଟର ଫିଲ୍ମ ବାହୁବଲୀ ରିଲିଜ୍ ପରେ ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ରାମ୍ୟା କ୍ରିଷ୍ଣନ। ଏବେ ସେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଲାଇଗରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସାଉଥ୍ ଇଣ୍ଡଷ୍ଟୀରେ ହିଟ ଥିବା ଅଭିନେତ୍ରୀ ରାମ୍ୟା ବଲିଉଡରେ ତାଙ୍କର କ୍ୟାରିୟର କାହିଁ ଆଗକୁ ବଢ଼ାଇଲେ ନାହିଁ ସେ ବିଷୟରେ ଜଣାଇଛନ୍ତି। ୧୯୮୩ ମସିହାରେ ରାମ୍ୟା ଅଭିନୟ ଆରମ୍ଭ କରିଥିଲେ। ସେ ତାମିଲ ଚଳଚ୍ଚିତ୍ର ଭେଲାଇ ମାନାସୁ ସହିତ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଚାରି ଦଶନ୍ଧି ଧରି ଚାଲିଥିବା ଚଳଚ୍ଚିତ୍ର କ୍ୟାରିୟରରେ ରାମ୍ୟା ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ସିନେମାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ହିନ୍ଦୀ ସିନେମାରେ ରାମ୍ୟା ‘ଦୟାବାନ୍’, ‘ପରମ୍ପରା’, ‘ଖଲନାୟକ’, ‘ଚାହତ’, ‘ବନାରସୀ ବାବୁ’ ଏବଂ ‘ବଡେ ମିୟାନ୍ ଛୋଟେ ମିୟାନ୍’ ରେ ଅଭିନୟ କରିଥିଲେ। ତେବେ ବଲିଉଡରେ ସେ ନିଜ କ୍ୟାରିୟର କାହିଁକି ଆଗକୁ ନେଲେ ନାହିଁ ବୋଲି ପଚରାଯିବାରୁ ରାମ୍ୟା କହିଛନ୍ତି, ସେ ସମୟରେ ମୁଁ ତେଲୁଗୁ ଇଣ୍ଡଷ୍ଟ୍ରୀରେ ଷ୍ଟାର ଥିବା ବେଳେ ବଲିଉଡରେ ମୋର କୌଣସି ଫିଲ୍ମ ହିଟ୍ ହୋଇନଥିଲା। ଏଭଳି ସ୍ଥିତିରେ ତେଲୁଗୁ ଇଣ୍ଡଷ୍ଟ୍ରୀ ଛାଡ଼ି ବଲିଉଡରେ ପରିଚୟ ସୃଷ୍ଟି କରିବା ପାଇଁ କଷ୍ଟ କରିବାକୁ ମୋ ପାଖରେ ଧୈର୍ଯ୍ୟ ନଥିଲା।

ସମ୍ବନ୍ଧିତ ଖବର