ମୁମ୍ବାଇ: ବ୍ଲକବଷ୍ଟର ମୁଭି ‘ବାହୁବଲୀ’ରେ ଭଲ୍ଲାଲଦେବ ଭୂମିକା ନିଭାଇ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚଥିଲେ ଅଭିନେତା ରାଣା ଦାଗୁବଟ୍ଟି। ଅବଶ୍ୟ ସେ ଆଗରୁ ହିନ୍ଦୀ ଫିଲ୍ମ ‘ବେବି’ ଓ ‘ଦମ୍ ମାରୋ ଦମ୍’ରେ ଅଭିନୟ କରି ବି ଚର୍ଚ୍ଚିତ ହୋଇଥିଲେ। ରାଣା ଦାଗୁବାଟ୍ଟୀ ଯେଉଁ ହଲିଉଡ୍ ଫିଲ୍ମରେ କାମ କରିବେ,ତାହାଏକ ଆକ୍ସନ୍ ଥ୍ରିଲର ବୋଲି କୁହାଯାଉଛିି। ତା’ଛଡ଼ା ଏହି ସିନେମାରେ ସେ ପଜିଟିଭ୍ କି ନେଗେଟିଭ୍ ରୋଲ କରିବେ ତାହା ଜଣାପଡ଼ିନି।
ଏବେ ରାଣା ଦାଗୁବାଟ୍ଟୀ ଏକ ହଲିଉଡ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ସେ ଏକ ହଲିଉଡ ମୁଭିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏ ସଂପର୍କରେ ପ୍ରଯୋଜନା ସଂସ୍ଥା ସହ ତାଙ୍କର କଥାବାର୍ତ୍ତା ଚାଲିଛି। ତେବେ ସେ ଏଯାଏଁ ଡିଲ୍ ଫାଇନାଲ୍ ହୋଇ ନାହିଁ। ରାଣା ଏବେ ‘ହାଥୀ ମେରେ ସାଥୀ’ ଫିଲ୍ମରେ ବ୍ୟସ୍ତ ଅଛି। ଏହା ତାମିଲ,ତେଳୁଗୁ ଓ ହିନ୍ଦୀରେ ନିର୍ମିତ ହେଉଛି।ଏହାଛଡା ତାଙ୍କୁ ମଲ୍ଟି ଷ୍ଟାରର ‘ହାଉସ୍ଫୁଲ୍-୪’ରେ ମଧ୍ୟ ଦେଖିବାକୁ ମିଳିବ।