ରଣବୀର-ଆଲିଆଙ୍କ ବ୍ରେକ୍‌ଅପ୍‌? ଭାଲେ୍‌ଣ୍ଟାଇନ୍ସ ଡେ’ରେ ସତରୁ ହଟିଲା ପରଦା

ମୁମ୍ବାଇ: ନିକଟ ଅତୀତରେ ଖବର ଆସିଥିଲା କି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭିତରେ ଥିବା ପ୍ରେମ ସଂପର୍କ ଛିନ୍ନ ହୋଇଛି। ମାତ୍ର ରଣବୀର ଓ ଆଲିଆଙ୍କ ଯୋଡ଼ିକୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର। ମିଳିଥିବା ସୂଚନା ମୁତାବକ, ଏହି ଦୁଇ ଯୋଡ଼ିଙ୍କ ସଂପର୍କ ପୂର୍ବ ପରି ଅକ୍ଷୁର୍ଣ୍ଣ ରହିଛି। ସେମାନଙ୍କର ବ୍ରେକ୍‌-ଅପ୍‌ ହୋଇ ନାହିଁ ବୋଲି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଫଟୋ ସ୍ପଷ୍ଟ କରୁଛି।

ଗତକାଲି ଭାଲେଣ୍ଟାଇନ୍ସ ଡେ’ରେ ରଣବୀର ଓ ଆଲିଆ ସାଥୀ ହୋଇ ରାତ୍ର ଭୋଜନ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ସେ ରେଷ୍ଟୁରାଣ୍ଟ୍‌ରେ ସାଥୀ ହୋଇ ବସିଥିବା ସମୟରେ ସୈଫ୍‌ଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଛି। ଏହି ପ୍ରେମୀ ଯୁଗଳଙ୍କ ପ୍ରେମ ଦିବସ ମନାଇବା ଦେଖିବା ପରେ ପ୍ରଶଂସକମାନେ ନିଶ୍ଚିତ ହୋଇଛନ୍ତି ଯେ ସେମାନଙ୍କ ସଂପର୍କ ପୂର୍ବ ପରି ଅତୁଟ ରହିଛି। ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଭିଡିଓରେ ଉଭୟ ଉଭୟଙ୍କ ଉପରେ ରାଗିଥିବାର ଦେଖିବାକୁ ମିଳିଥିଲା। ସେହି ଭିଡିଓକୁ ଦେଖି ସେମାନଙ୍କ ସଂପର୍କ ଛିନ୍ନ ହେବା ନେଇ ପ୍ରଶଂସକମାନେ ଆଶଙ୍କା କରିଥିଲେ।

ସମ୍ବନ୍ଧିତ ଖବର