ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ବିଭିନ୍ନ ପରମ୍ପରା ଓ ମାନ୍ୟତା ପାଳନ କରାଯାଇ ଆସୁଛି। ଯେଉଁ ପରମ୍ପରାକୁ ଆଜି ମଧ୍ୟ ଲୋକେ ଖୁସି ଓ ଶ୍ରଦ୍ଧାର ସହ ପାଳନ କରୁଛନ୍ତି। 

Advertisment

ହିନ୍ଦୁ ଧର୍ମର ଷୋହଳ ଆନୁଷ୍ଠାନିକ ବିଧିବିଧାନ ରହିଛି। ଏଥିମଧ୍ୟରୁ ବିବାହ ହେଉଛି ଗୋଟିଏ। ବିବାହ ସମୟରେ ବର ଏବଂ କନ୍ୟା ସାତଥର ଅଗ୍ନି ଚାରିପଟେ ପରିକ୍ରମା କରିଥାଆନ୍ତି, କିନ୍ତୁ ଆପଣ  ଜାଣନ୍ତି ଯେ ଅନେକ ସ୍ଥାନରେ ସାତଥର ପରିକ୍ରମା ବଦଳରେ ଚାରିଥର ପରିକ୍ରମା କରାଯାଏ?

୨୦୨୨ ମସିହାରେ ରଣବୀର ଏବଂ ଆଲିଆ ବିବାହ ସମୟରେ ସାତଥର ପରିକ୍ରମା ବଦଳରେ ଚାରିଥର ପରିକ୍ରମା କରିଥିଲେ। ଏହା ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ନିଜେ ପ୍ରକାଶ କରିଛନ୍ତି। ଏହି ଚାରିଟି ପରିକ୍ରମା ଧର୍ମ, ଅର୍ଥ, କାମ ଏବଂ ମୋକ୍ଷର ପ୍ରତୀକ ଅଟେ ବୋଲି ରାହୁଲ ଭଟ୍ଟ ନିଜ ବିବୃତ୍ତିରେ କହିଥିଲେ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଚାରିଥର ନା ସାତଥର କେଉଁ ପରିକ୍ରମା ଟି ଠିକ୍? ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଉଭୟ ଠିକ୍ ବୋଲି ବିବେଚନା କରାଯାଏ। ଉଭୟ ଭାରତୀୟ ବୈଦିକ ଗ୍ରନ୍ଥରେ ଉଲ୍ଲେଖ ରହିଛି।

ବିବାହ ସମୟରେ ଚାରିଟି ପରିକ୍ରମା କରିବାର ପରମ୍ପରା ମୁଖ୍ୟତଃ ବୈଷ୍ଣବ, ମାରୱାଡି ଏବଂ ବ୍ରାହ୍ମଣ ସମ୍ପ୍ରଦାୟ ବିବାହରେ ଦେଖାଯାଏ। ଆଞ୍ଚଳିକ ଭାବରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଅନେକ ସମ୍ପ୍ରଦାୟରେ ବିବାହ ସମୟରେ ଅଗ୍ନି ଚାରିପାଖେ ଚାରିଥର ପରିକ୍ରମା କରିବାର ପରମ୍ପରା ରହିଛି।ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ପଞ୍ଜାବ ଏବଂ ଅନ୍ୟାନ୍ୟ ସହରରେ ସାତଥର ପରିକ୍ରମା କରିବାର ପରମ୍ପରା ପ୍ରଚଳିତ ରହିଛି।