ପୁଣି ଏକାଠି ହେବେ ରଣବୀର-ଆଲିଆ

ମୁମ୍ବାଇ:  ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ ଗତ କିଛି ବର୍ଷ ହେଲା ନିଜ ଅଭିନୟର ବିବିଧତାରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଖାଲି ଦର୍ଶକଙ୍କ ମନ ଜିଣିନାହାନ୍ତି, ଚଳଚ୍ଚିତ୍ର ନିର୍ମାତାଙ୍କ ବିଶ୍ବାସ ବି ଜିତି ଯାଇଛନ୍ତି। ଏଥିପାଇଁ ତାଙ୍କ ହାତରେ ଏବେ ଚଳଚ୍ଚିତ୍ରର ଏକ ଲମ୍ବା ଚିଠା ରହିଛି। ଏବେ ଏହି ଚିଠାରେ ଆଉ ଏକ ଚଳଚ୍ଚିତ୍ର ସାମିଲ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ପୁଣି ଥରେ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ରୂପେଲି ପରଦାରେ ଦେଖିବାକୁ ମିଳିବ। କରଣ ଜୋହର ଏହି ଚଳଚ୍ଚିତ୍ର ନିର୍ମାଣ କରିବେ ଓ ୨୦୨୧ ଏପ୍ରିଲରେ ଏହାର ସୁଟିଂ ଆରମ୍ଭ ହେବ। ଏବେ ଚାଲିଥିବ‌ା‌ ସମସ୍ତ ଚଳଚ୍ଚିତ୍ରର ସୁଟିଂ ସ‌ାରି ରଣବୀର କିଛି ଦିନ ଛୁଟି ନେବେ। ଏହା ପରେ ଚଳଚ୍ଚିତ୍ର ସୁଟିଂ ପୂର୍ବରୁ ଉଭୟ ଆଲିଆ ଓ ରଣବୀର ୨୫ ଦିନିଆ ଏକ କର୍ମଶାଳା‌ରେ ଯୋଗ ଦେବେ। ଏହାପରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର