ସୋସିଆଲ୍‌ ମିଡିଆରେ ଚାଲିଛି ରଣବୀର-ଆଲିଆଙ୍କ ନିର୍ବନ୍ଧ ଚର୍ଚ୍ଚା, କ’ଣ କହିଲେ ରଣବୀରଙ୍କ ବଡ଼ବାପା ରଣଧୀର?

ମୁମ୍ବାଇ: ଜୟପୁର ବିମାନବନ୍ଦରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏକତ୍ର ନଜର ଆସିବା ପରେ ତାଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଏକ ଗୁଜବ ପ୍ରକାଶ ପାଇଥିଲା। ସେ ଦୁହେଁ ରଣଥାମ୍ବୋରରେ ନିବର୍ଦ୍ଧ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ରଣବୀର କପୁରଙ୍କ ବଡ଼ବାପା ରଣଧୀର କପୁର୍‌।

ରଣଧୀର ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି କି ‘ଏହା ସତ ନୁହେଁ। ଯଦି ରଣବୀର ଏବଂ ଆଲିଆ ନିର୍ବଦ୍ଧ କରିଥାନ୍ତେ ତେବେ ମୋ ସହ ମୋ ପରିବାରର ଅନ୍ୟ ସମସ୍ତେ ସେଠାରେ ଉପସ୍ଥିତ ରହିଥାନ୍ତୁ। ରଣବୀର, ଆଲିଆ ଏବଂ ନିତୁ ଛୁଟି କାଟିବାକୁ ବୁଲିବାକୁ ଯାଇଥିଲେ। ରଣବୀର-ଆଲିଆଙ୍କ ନିର୍ବଦ୍ଧ ଖବର ଗୁଜବ।’

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ସାକ୍ଷାତ୍‌କାରରେ ଆଲିଆଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ ରଣବୀର। ସେ କହିଥିଲେ କି ‘ଆଲିଆଙ୍କ ତୁଳନାରେ ମୁଁ ଅଧିକାଂଶ କ୍ଷେତ୍ରରେ କମ୍‌ ସଫଳ। ସେ ଗିଟାର ହେଉ କିମ୍ବା ସ୍କ୍ରିନ୍‌ରାଇଟିଂ ହେଉ ସବୁ କ୍ଷେତ୍ରରେ ଆଲିଆ ମୋଠାରୁ ଅଧିକ ସଫଳ।’ ସେ ନିଜଠାରୁ ଆଲିଆଙ୍କୁ ବେଶି ସଫଳ ବୋଲି କହିଛନ୍ତି। ରଣବୀର କହିଛନ୍ତି କି ସେ ଆଲିଆଙ୍କ ତୁଳନାରେ ନିଜକୁ କମ୍‌ ସଫଳ ବୋଲି ଭାବନ୍ତି।

ରଣବୀରଙ୍କୁ ତାଙ୍କ ବିବାହ ସଂପର୍କରେ ପଚରା ଯିବାରୁ ସେ କହିଥିଲେ କି ‘ଲକ୍‌ଡାଉନ୍‌ ନ ହୋଇଥିଲେ ମୋ ‘ଡିଲ୍‌ଟା ସିଲ୍‌’ ହୋଇ ଯାଇଥାଆନ୍ତା। ମୁଁ ଆଉ କିଛି ବୁଲେଇ କହିବାକୁ ଚାହୁଁନି। ମୋ ଜୀବନରେ ତାହା ଖୁବ୍‌ ଶୀଘ୍ର ଘଟିବାକୁ ଯାଉଛି।’

ସମ୍ବନ୍ଧିତ ଖବର