ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ରଣବୀର ସିଂହ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ଙ୍କ ପାଇଁ ପିଲାବେଳର ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।
ଥ୍ରୋବ୍ୟାକ ଫଟୋରେ ଅନୁଷ୍କା ନିଜ ସ୍କୁଲ ଦିନର ଏମିତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅନୁଷ୍କାଙ୍କୁ ଚିହ୍ନିବା ଲାଗି ତାଙ୍କ ଫ୍ୟାନ୍ସଙ୍କୁ କିଛି ସମୟ ଲାଗିପାରେ। ଏହି ଫଟୋରେ ଅନୁଷ୍କା କମଳା ରଙ୍ଗର ଏକ ଟି-ସାର୍ଟ ପିନ୍ଧି ନିଜ ବନ୍ଧୁଙ୍କ ଗହଣରେ ବସିଥିବାର ଦେଖିବାକୁ ମିଳୁଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଅନୁଷ୍କା ପ୍ରାୟତଃ ନିଜ ପିଲା ବେଳର ପୁରୁଣା ସ୍ମୃତି ଫ୍ୟାନ୍ସଙ୍କ ସହ ସେୟାର୍ କରୁଥାଆନ୍ତି ।
ଏହି କ୍ରମରେ ଅଭିନେତା ରଣବୀର ସିଂହ ବି ଅଛନ୍ତି। ସେ ନିକଟରେ ନିଜ ପିଲା ବେଳର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ରଣବୀରଙ୍କୁ ଏକ ଧଳା ରଙ୍ଗର ଡ୍ରେସରେ କ୍ୟୁଟ ସ୍ମାଇଲ୍ ସହିତ ତାଙ୍କ ପ୍ରଶଂସକ ଦେଖିବାକୁ ପାଇଥିଲେ। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ହୱା ମେଁ ହାଥ ।