ଭାଙ୍ଗି ଯାଇଥିବା ସଂପର୍କ ଗଢ଼ି ହେବ ବି ଆଉ! ପରଦାରେ ଏକତ୍ର ନଜର ଆସିବେ ଏହି ପୂର୍ବ ପ୍ରେମୀ ଯୁଗଳ

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଏକତ୍ର ଚଳଚ୍ଚିତ୍ରରେ ନଜର ଆସିଲେ ଦର୍ଶକଙ୍କ ଖୁସିର ସୀମା ରହିନଥାଏ। ପୂର୍ବରୁ ତାଙ୍କ ଭିତରର ପ୍ରେମ ସଂପର୍କ ଦର୍ଶକଙ୍କ ଉତ୍ସୁକତାକୁ ବଢ଼ାଇବା ବି ଏକ ସ୍ୱଭାବିକ କଥା। ଏହି ଯୋଡ଼ି ଏବେ ସୁଦ୍ଧା ‘ବଚନାଏ ହସିନୋ(୨୦୦୮), ‘ଏ ଜଓ୍ଵାନୀ ହେ ଦିଓ୍ଵାନୀ(୨୦୧୩) ଓ ‘ତମାସା(୨୦୧୫)ରେ ନଜର ଆସି ସାରିଛନ୍ତି। ଏବେ ରଣବୀର ଓ ଦୀପିକାଙ୍କୁ ଏକତ୍ର ଦେଖି ଖୁସି ହେଉଥିବା ଦର୍ଶକଙ୍କ ପାଇଁ ଏକ ଖୁସିର ଖବର। ଖୁବ୍‌ ଶୀଘ୍ର ଏହି ଯୋଡ଼ି ପୁଣି ଏକତ୍ର ନଜର ଆସିବେ ବୋଲି ସୂଚନା ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରଣବୀର କପୁର ଓ ଦୀପିକା ପାଦୁକୋନ ଲଭ୍‌ ରଞ୍ଜନଙ୍କ ଆଗାମୀ ଚଳଚ୍ଚିତ୍ରରେ ପରସ୍ପର ସହ ଦେଖିବାକୁ ମିଳିବେ। ଚଳଚ୍ଚିତ୍ର ନିର୍ଦ୍ଦେଶକ ନାୟକ ଭାବେ ଅଜୟ ଦେବଗନ ଓ ନାୟିକା ଭାବେ ତବୁଙ୍କୁ ମୁଖ୍ୟ ଭୂମିକା ପାଇଁ ମନସ୍ତ କରିଛନ୍ତି। ଜାଣିବାକୁ ମିଳିଛି ଯେ ଦୀପିକାଙ୍କୁ କେବଳ ଅଫର୍‌ ମିଳିଛି। ଏଯାବତ୍‌ କିଛି ସ୍ପଷ୍ଟ ହୋଇ ନାହିଁ।

କିଛି ବର୍ଷ ତଳେ ଦୀପିକା ଓ ରଣବୀର କପୁରଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ଏହା ମଧ୍ୟରେ ସେମନଙ୍କ ସଂପର୍କ ଛିନ୍ନ ଘଟି ଗୁଡ଼ାଏ କିଛି ଘଟି ଯାଇଛି। ଦୀପିକା ପାଦୁକୋନ ନିଜ ଜୀବନସାଥୀ ଭାବେ ରଣବୀର ସିଂହଙ୍କୁ ବରଣ କରିବାକୁ ଯାଉଥିବା ବେଳେ ଏପଟେ ଆଲିଆ ଭଟ୍ଟଙ୍କୁ ଡେଟିଂ କରୁଛନ୍ତି ରଣବୀର କପୁର। ତେବେ, ଦର୍ଶକଙ୍କ ମନରେ ଏ ଉତ୍ସୁକତା ନିଶ୍ଚୟ ରହିବ ଯେ ପୁଣି ଥରେ ରଣବୀର-ଦୀପିକାଙ୍କ ମଧ୍ୟରେ ସଂପର୍କଟିଏ ଗଢ଼ି ହୋଇ ଯିବକି ଆଉ!

ସମ୍ବନ୍ଧିତ ଖବର