ଋଷି କପୁରଙ୍କ ଜନ୍ମଦିନରେ ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର-ଆଲିଆ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଦୁହେଁ ଲୁଚି ଲୁଚି ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି ନେଇଥିବା ଜଣାପଡ଼ିଛି । ସେପ୍ଟେମ୍ବର ୪ରେ ରଣବୀରଙ୍କ ବାପା ଋଷି କପୁରଙ୍କ ଜନ୍ମଦିନ ଥିବା ବେଳେ ଦୁହେଁ ଜନ୍ମଦିନ ଅବସରରେ ପରସ୍ପରର ହାତ ଧରିଛନ୍ତି । ଯାହା ଭାଇରାଲ ହେଉଥିବା ଫଟୋରୁ ସ୍ପଷ୍ଟ ଜଣା ପଡ଼ୁଛି । ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବା ପରେ ପ୍ରକୃତ ସତ କ’ଣ ତାହା ସାମ୍ନାକୁ ଆସିଛି ।

फैन देने लगे बधाई
oneindia.com

ଫଟୋସପ୍‌ ଜରିଆରେ ଦୁହିଁଙ୍କର ଏଭଳି ଫଟୋ କେହି ଜଣେ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଥିବା ଜଣା ପଡ଼ିଛି । ଯେଉଁଥିରେ ଦୁହିଁଙ୍କର ଜୟମାଳା ହେଉଥିବା ଦେଖାଯାଉଛି । କିଛି ଦିନ ତଳେ ଆଲିଆ ଏକ ପୋଷାକ ବ୍ରାଣ୍ଡ ପାଇଁ ବୋହୂ ଭଳି ସଜବାଜ ହୋଇଥିଲେ । କିନ୍ତୁ ବର ସ୍ଥାନରେ ରଣବୀର ନୁହଁନ୍ତି, ଅନ୍ୟ ଜଣେ ମଡେଲ ଥିଲେ । ଫଟୋରେ ମଡେଲଙ୍କ ମୁହଁ କାଟି ରଣବୀରଙ୍କ ମୁହଁ ଲଗାଇ ଦିଆଯାଇଥିଲା । ଯାହାଦ୍ୱାରା ଫଟୋ ଭାଇରାଲ ହେବା ପରେ ଦୁହେଁ ବିବାହ କରି ନେଇଥିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର