ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଚଳିତମାସର କେଉଁ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ, ସେ ନେଇ ଭିନ୍ନ ଭିନ୍ନ ତାରିଖ ସାମ୍ନାକୁ ଆସିଛି। କେହି କେହି ରଣବୀର-ଆଲିଆ ଏପ୍ରିଲ୍ ୧୫ ତାରିଖରେ ବିବାହ କରିବେ ବୋଲି କହୁଥିବା ବେଳେ ଆଉ କେହି ଏପ୍ରିଲ୍ ୧୪ ତାରିଖ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ନିକଟରେ କିଛି ସାମ୍ବାଦିକ ରଣବୀରଙ୍କ ମାଆ ନିତୁଙ୍କୁ ରଣବୀର-ଆଲିଆଙ୍କ ବିବାହ ତାରିଖକୁ ନେଇ ଯେଉଁ ପ୍ରଶ୍ନ ସବୁ ପଚାରିଲେ ତାହାର ଆଦୌ ବି ସିଧା ଉତ୍ତର ଦେଇନାହାନ୍ତି ନିତୁ। ସେ ଏପରି ଉତ୍ତର ଦେଇଛନ୍ତି, ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
View this post on Instagram
ଜଣେ କ୍ୟାମେରାମ୍ୟାନ୍ ନିତୁଙ୍କୁ ପଚାରିଲେ, ‘ କେହି କେହି ରଣବୀର-ଆଲିଆ ଏପ୍ରିଲ୍ ୧୫ ତାରିଖରେ ବିବାହ କରିବେ ବୋଲି କହୁଥିବା ବେଳେ ଆଉ କେହି ଏପ୍ରିଲ୍ ୧୪ ତାରିଖ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଆପଣ ହିଁ କହିଦିଅନ୍ତି ବିବାହ କେବେ?’ ଏହାର ଉତ୍ତରରେ ନିତୁ କହିଛନ୍ତି, ‘ମୁଁ ଜାଣିନି, ତାହା ଭଗବାନ ଜାଣନ୍ତି। ସେହିପରି ଅନ୍ୟ ଜଣେ କ୍ୟାମେରାମ୍ୟାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ‘ସେମାନେ ତ ବିବାହ କରି ସାରିଛନ୍ତି’।
ଉଲ୍ଲେଖଯୋଗ୍ୟ, ରଣବୀର-ଅାଲିଆଙ୍କ ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଅନୁଷ୍କା ରଞ୍ଜନ, ରୋହିତ ଧୱନ, ଅଭିନେତା ବରୁଣ ଧୱନ, ଜୋୟା ଅଖତାରଙ୍କ ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।