ବିବାହର କିଛି ସମୟ ପରେ ଫଟୋ ସେୟାର କରି ଆଲିଆ କହିଥିଲେ ଏଭଳି କଥା…

ନୂଆଦିଲ୍ଲୀ: ଦୀର୍ଘ ଦିନର ସମ୍ପର୍କ ପରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କୁ ପ୍ରଶଂସକମାନେ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି। ଦୁହିଁଙ୍କ ବିବାହରେ ଭଟ୍ଟ ଏବଂ କପୁର ପରିବାର ସହିତ କେବଳ ସ୍ୱତନ୍ତ୍ର ଅତିଥି ଏବଂ ସାଙ୍ଗମାନେ ବିବାହରେ ସାମିଲ ଥିଲେ। ବିବାହ ପରେ ବର୍ତ୍ତମାନ ଦୁହେଁ ରିସେପ୍ସନ୍ କରିବେ ନାହିଁ ବୋଲି ଗତକାଲି ଘୋଷଣା କରିଥିଲେ | ବିବାହକୁ ଆସିଥିବା ଅତିଥିମାନେ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ଆରମ୍ଭ କରି ଦେଇଛନ୍ତି।

 

 

View this post on Instagram

 

A post shared by Anissa Malhotra Jain (@stylebyanissa)

ବିବାହର କିଛି ସମୟ ପରେ ଆଲିଆ ଭଟ୍ଟ ତାଙ୍କ ବିବାହ ଫଟୋ ସେୟାର କରିଥିଲେ, ଏହି ଫଟୋ ସହିତ ସେ ଲେଖିଥିଲେ- ‘ଆଜି ମୋ ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ, ଘରେ … ଆମର ପ୍ରିୟ ସ୍ଥାନରେ ଆମେ ୫ବର୍ଷ ବିତାଇଛୁ ଏବଂ ବର୍ତ୍ତମାନ ଆମେ ବିବାହ କରି ନେଇଛୁ| ଆମର ପୂର୍ବରୁ ଅନେକ ସ୍ମୃତି ଅଛି | ଆମ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ସହିତ ରହିବା ଏବଂ ଆମକୁ ସ୍ନେହ ଦେଇଥିବାରୁ ଧନ୍ୟବାଦ।

ସମ୍ବନ୍ଧିତ ଖବର