ଆଲିଆ-ରଣବୀରଙ୍କ ବିବାହ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି, ୨୦୦ ବାଉନ୍ସର ନିୟୋଜିତ

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବା ସହ ୧୩ରେ ମେହେନ୍ଦୀ କାର୍ଯ୍ୟକ୍ରମ ହେବ। ଏହା ସହ ଦୁହିଁଙ୍କ ବିବାହ ରଣବୀରଙ୍କ ବାନ୍ଦ୍ରାସ୍ଥିତ ଘର ‘ବାସ୍ତୁ’ରେ ହେବ। ବିବାହର ସବୁ କାର୍ଯ୍ୟକ୍ରମ ‌‘ବାସ୍ତୁ’ରେ ହେବାକୁ ଥିବା ବେଳେ ବିବାହରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ସେ ବିଷୟରେ ସୂଚନା ଦେଇଛନ୍ତି ଆଲିଆଙ୍କ ଭାଇ ରାହୁଲ ଭଟ୍ଟ।

ସେ କହିଛନ୍ତି ଯେ, ମୁମ୍ବାଇର ବେଷ୍ଟ ସିକ୍ୟୁରିଟି ଫୋର୍ସ ‘୯/୧୧’ ଏଜେନ୍ସି ଆଲିଆ ଏବଂ ରଣବୀରଙ୍କ ବିବାହର ସୁରକ୍ଷା  ଦାୟିତ୍ବ ନେବେ। ଏଜେନ୍ସିର ମୁଖ୍ୟ ୟୁସୁଫ ଭାଇ ସୁରକ୍ଷା ଉପରେ କଡ଼ା ନଜର ରଖିବେ। ବିବାହରେ ସୁରକ୍ଷା ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଏଜେନ୍ସିରୁ ପ୍ରାୟ ୨୦୦ ବାଉନସରଙ୍କୁ ଡକାଯାଇଛି। ମୋ ଦଳରୁ ମଧ୍ୟ ୧୦ଜଣ ତାଙ୍କୁ ସାହାଯ୍ୟ କରିବେ। ଭଲ ଇଂରାଜୀ କହିପାରୁଥିବା ସହ ଧୂମପାନ କରୁନଥିବା ଏବଂ ନମ୍ର ସ୍ବଭାବର ୨୦୦ ବାଉନସରଙ୍କୁ ନିୟୋଜିତ କରାଯିବ। ଆର.କେ ଷ୍ଟୁଡିଓ ଏବଂ ‘ବାସ୍ତୁ’ରେ ବାଉନସରଙ୍କୁ ନିୟୋଜିତ କରାଯିବା ସହ ପ୍ରତ୍ୟେକ ଅତିଥିଙ୍କ ସହିତ ପାଟ୍ରୋଲିଂ ଅଫିସରମାନଙ୍କୁ ରଖାଯିବ। ମୁଁ ମଧ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦେବି।

आलिया भट्ट, रणबीर कपूर
aajtak

ଅନ୍ୟପକ୍ଷରେ, ରଣବୀର-ଆଲିଆ ଏପ୍ରିଲ ୧୪ରେ ବିବାହ କରିବା ସହ ମାସ ଶେଷ ଆଡ଼କୁ ବିବାହ ଭୋଜି ଦେବେ। ଏହି ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଅନୁଷ୍କା ରଞ୍ଜନ, ରୋହିତ ଧୱନ, ଅଭିନେତା ବରୁଣ ଧୱନ, ଜୋୟା ଅଖତାରଙ୍କ ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର