ରଣବୀର ଏବଂ ଆଲିଆଙ୍କ ସଂପର୍କ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେଲେ କରୀନା, ଜାଣନ୍ତୁ ଏହାର କାରଣ 

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’ର ରିଲିଜ ହେବା ପରେ ଏବେ ବକ୍ସ ଅଫିସର ନୂଆ ବାଦ୍‌ଶାହା ପାଲଟିଛନ୍ତି ଅଭିନେତା ରଣବୀର କପୁର । ଫିଲ୍ମ ସଫଳତାକୁ ନେଇ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅଭିନେତ୍ରୀ ଆଲିଆଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିବା ନେଇ ମଧ୍ୟ ସମସ୍ତେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ଦୁଇ ଜଣଙ୍କ ସଂପର୍କକୁ ଆଲିଆ-ରଣବୀରଙ୍କ ପରିବାର ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନଥିବା ବେଳେ ସେମାନଙ୍କ ପ୍ରତିକ୍ରିୟାରୁ ଦୁଇଜଣଙ୍କ ସଂପର୍କକୁ ନେଇ ସେମାନେ ଖୁସିଥିବା ଜଣା ପଡ଼ିଛି । ପୂର୍ବରୁ ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କୁ ଆଲିଆ-ରଣବୀରଙ୍କ ପ୍ରେମ ସଂପର୍କ ବିଷୟରେ ପଚରା ଯାଇଥିବା ବେଳେ ଆଲିଆ ଏବେ ବଡ଼ ହେଲେଣି । ସେ ନିଜ ଜୀବନର ନିଷ୍ପତ୍ତି ନିଜେ ନେଇ ପାରିବେ ବୋଲି କହିଥିଲେ । ତେବେ ସମସ୍ତେ ଦୁଇ ଜଣଙ୍କ ସଂପର୍କକୁ ନେଇ ଖୁସିଥିବା ବେଳେ କରୀନା କପୁର ଖାନ୍‌ଙ୍କୁ ଝଟ୍‌କା ଲାଗିଥିବା ସୂଚନା ମିଳିଛି। ପୂର୍ବରୁ ଏହି ଖବର ଶୁଣି କରୀନା ବିଶ୍ୱାସ କରି ନ ଥିବା ବେଳେ ଏବେ ଦୁଇ ଜଣଙ୍କ ମଧ୍ୟରେ ନିବିଡ଼ତା ବଢ଼ୁଥିବା ଦେଖି ତାଙ୍କୁ ଝଟ୍‌କା ଲାଗିଛି ।

www.indiatoday.in

ସୂଚନା ମୁତାବକ, ରଣବୀର ଆଲିଆଙ୍କୁ ଦେଖା କରିବା ପାଇଁ ଅଧ ରାତିରେ ତାଙ୍କ ଘରେ ଯାଇ ପହଞ୍ଚିଥିଲେ। । ଯେଉଁଠି ସେ ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କୁ ଦେଖା କରିଥିଲେ । ରଣବୀରଙ୍କ ଏତେ ରାତିରେ ଯିବାକୁ ନେଇ ବାପା ମହେଶ ଭଟ୍ଟ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ କରୀନାଙ୍କୁ ଏ ଘଟଣା ଆଶ୍ଚର୍ଯ୍ୟ କରିଛି । ଏ ପର୍ଯ୍ୟନ୍ତ ରଣବୀର ଏବଂ ଆଲିଆଙ୍କ ପରିବାର ଦୁଇ ଜଣଙ୍କ ସଂପର୍କକୁ ନେଇ କିଛି କହି ନାହାନ୍ତି । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ସେ କଥାକୁ ମୁଁ ଆଦୌ ବିଶ୍ୱାସ କରୁନାହିଁ ବୋଲି କରୀନା କହିଛନ୍ତି ।

ସମ୍ବନ୍ଧିତ ଖବର