ମୁମ୍ବାଇ : ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସହ ବ୍ରେକ୍-ଅପ୍ ହେବା ପରେ ଏବେ ବଲିଉଡ୍ ଅଭିନେତା ରଣବୀର କପୁର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଡେଟ୍ କରିବା ଆରମ୍ଭ କରିଛନ୍ତି । ଦୁହେଁ ପ୍ରେମ ସଂପର୍କରେ ଅଛନ୍ତି କି ନାହଁ ସେ ନେଇ ଅନେକ ଚର୍ଚ୍ଚା ପ୍ରଥମେ ହୋଇଥିବା ବେଳେ ପରେ ତାହା ସତ ବୋଲି ପ୍ରମାଣ ହୋଇଥିଲା । ଏବେ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଥିବା ବେଳେ ଖୁବ୍ ଶୀଘ୍ର ଦୁହେଁ ବିବାହ କରି ପାରନ୍ତି ବୋଲି ଖବର ମିଳୁଛି । ତେବେ ଏତେ ସବୁ ମଧ୍ୟରେ ରଣବୀରଙ୍କୁ ଭଲ ପାଇବା ସହ ଆଲିଆ ନିଜ କ୍ୟାରିୟର ପ୍ରତି ମଧ୍ୟ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି । ଯେଉଁ ଭୁଲ କ୍ୟାଟ୍ରିନା କରିଥିଲେ ସେ ଭୁଲ ଏବେ ଆଲିଆ କରିବେ ନାହିଁ ।
/sambad/media/post_attachments/wp-content/uploads/2018/12/images-58.jpg)
ସୂଚନା ମତାବକ, ରଣବୀରଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ କ୍ୟାଟ୍ରିନା ନିଜ ଫିଲ୍ମ କ୍ୟାରିୟର ଉପରୁ ପୂରା ଧ୍ୟାନ ହଟାଇ ଦେଇଥିଲେ, ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା । ରଣବୀରଙ୍କଠାରୁ ଅଲଗା ହେବା ପରେ ସେ ଏବେ ନିଜ କ୍ୟାରିୟରକୁ ଲାଇନ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି ।