ଡିସେମ୍ବର ୨୦୨୦ରେ ବିବାହ କରିଥାନ୍ତେ ଆଲିଆ-ରଣବୀର, ବାପା ଋଷିଙ୍କ ଦେହାନ୍ତ ପାଇଁ ବଦଳିଥିଲା ତାରିଖ

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଏପ୍ରିଲ ୧୫ରେ ବିବାହ ବନ୍ଧନରେ ବାନ୍ଧି ହେବା ସହ ୧୩ରେ ମେହେନ୍ଦୀ କାର୍ଯ୍ୟକ୍ରମ ହେବ। ଏହା ସହ ଦୁହିଁଙ୍କ ବିବାହ ରଣବୀରଙ୍କ ବାନ୍ଦ୍ରାସ୍ଥିତ ଘର ‘ବାସ୍ତୁ’ରେ ହେବ। ବିବାହର ସବୁ କାର୍ଯ୍ୟକ୍ରମ ‌‘ବାସ୍ତୁ’ରେ ହେବାକୁ ଥିବା ବେଳେ ଦୁହିଁଙ୍କ ବିବାହକୁ ନେଇ ବଲିଉଡ ନିର୍ଦ୍ଦେଶକ ସୁବାଷ ଘାଇ ବଡ଼ ଖୁଲାସା କରିଛନ୍ତି।

ଦୁହିଁଙ୍କ ବିବାହ ଡିସେମ୍ବର ୨୦୨୦ରେ ହୋଇଥାନ୍ତା ବୋଲି କହିଛନ୍ତି ସୁବାଷ ଘାଇ। ସେ କହିଛନ୍ତି ଯେ, ମୋର ମନେ ଅଛି ଜାନୁଆରି ୨୦୨୦ରେ, ଯେତେବେଳେ ମୁଁ ଋଷି କପୁରଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲି, ସେ ମୋତେ ରଣବୀର-ଆଲିଆଙ୍କ ବିବାହ କଥା କହିଥିଲେ। ଭଲ ବନ୍ଧୁ ଭାବରେ ସେ ମୋତେ ରଣବୀରଙ୍କ ବିବାହ କରିବାକୁ ଚିନ୍ତା କରୁଥିବା ବିଷୟରେ କହିଥିଲେ ଏବଂ ଆମେ ଏ ବିଷୟରେ କିଛି ସମୟ ଧରି କଥା ହୋଇଥିଲୁ। ଡିସେମ୍ବର ୨୦୨୦ରେ ଆଲିଆଙ୍କ ସହ ତାଙ୍କ ପୁଅ ରଣବୀରଙ୍କ ବିବାହ କରିବାକୁ ଯୋଜନା କରୁଥିବା ବିଷୟରେ ସେ ମୋତେ ଜଣାଇଥିଲେ। ହେଲେ କିଛି ମାସ ପରେ ତାଙ୍କର ହଠାତ୍ ଦେହାନ୍ତ ହେବାରୁ ସବୁ ଯୋଜନାକୁ ଅଟକାଇ ଦିଆଯାଇଥିଲା। ଏବେ ଦୁହେଁ ବିବାହ କରି ଋଷିଜୀଙ୍କ ସ୍ବପ୍ନ ପୂରଣ କରୁଛନ୍ତି।

ତେବେ ବିବାହ ପରେ ରଣବୀର-ଆଲିଆ ବିବାହ ଭୋଜି ଦେବେ। ଏହି ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଅନୁଷ୍କା ରଞ୍ଜନ, ରୋହିତ ଧୱନ, ଅଭିନେତା ବରୁଣ ଧୱନ, ଜୋୟା ଅଖତାରଙ୍କ ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର