ପରସ୍ପର ସହ ଫିଲ୍ମ କରିବାକୁ ନେଇ ମନା କଲେ ରଣବୀର-ଆଲିଆ, ଜୋର୍‌ ଧରିଲା ବିଚ୍ଛେଦ ଖବର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା । ଦୁହେଁ ପରସ୍ପର ସହ ପ୍ରେମ ସଂପର୍କରେ ଥିବା ବେଳେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । କିନ୍ତୁ ଏବେ ଏଭଳି ଚର୍ଚ୍ଚା ମଧ୍ୟରେ କିଛି ଭିନ୍ନ ଖବର ସାମ୍ନାକୁ ଆସିଛି । ଦୁହେଁ ପରସ୍ପର ସହ ଫିଲ୍ମ କରିବାକୁ ମନା କରୁଥିବାରୁ ପରସ୍ପଠାରୁ ଦୁହେଁ ଅଲଗା ହୋଇ ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ସମୟରେ ରଣବୀର ଓ ଆଲିଆ ପରସ୍ପରର ନିକଟତର ହେବା ସହ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ବିଚ୍ଛେଦର ଚର୍ଚ୍ଚା ମଧ୍ୟରେ ଫିଲ୍ମ ନ କରିବାର କାରଣ ସାମ୍ନାକୁ ଆସିଛି ।

Related image
hindustantimes.com

ସୂଚନା ମୁତାବକ, ଫିଲ୍ମ ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି ରଣବୀର-ଆଲିଆ । ଏହି ଫିଲ୍ମର ସୁଟିଂ ମଧ୍ୟରେ ଦୁହିଁଙ୍କ ପାଖକୁ ସାଥୀରେ କାମ କରିବା ପାଇଁ ଅନେକ ଅଫର ଆସୁଥିଲେ ମଧ୍ୟ ଦୁହେଁ ଫିଲ୍ମ କରିବାକୁ ମନା କରି ଦେଉଛନ୍ତି । କାରଣ ବ୍ରହ୍ମାସ୍ତ୍ରରେ ଦର୍ଶକ ଦୁହିଁଙ୍କ ଯୋଡ଼ିକୁ ପସନ୍ଦ କରୁଛନ୍ତି କି ନାହିଁ ଦେଖିବା ପରେ ସେମାନେ ସାଥୀରେ ଅଧିକ ଫିଲ୍ମ କରିବେ ବୋଲି ମନସ୍ଥ କରିଛନ୍ତି ।

ସମ୍ବନ୍ଧିତ ଖବର