ଆଲିଆ ଭଟ୍ଟ ନିଉୟର୍କରେ ପହଞ୍ଚି ରଣବୀର କପୁରଙ୍କ ସହ କରୁଛନ୍ତି ଏହି କାମ , ସୋସିଆଲ୍‌ ମିଡିଆରେ ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁରଙ୍କ ସହିତ ଆଲିଆ ଭଟ୍ଟଙ୍କର ଆଫେଆର୍‌କୁ ନେଇ ଖୁବ୍‌ ସରଗରମ ଚର୍ଚ୍ଚା ହେଉଥିବା ବେଳେ ଏଣେ ସେଦୁହେଁ ନିଉୟର୍କରେ ସପିଂ କରୁଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରୁ ସ୍ପଷ୍ଟ ହେଉଛି କି ସେ ଦୁହେଁ ଖୁବ୍‌ ଶୀଘ୍ର ବିବାହ ବିନ୍ଧନରେ ଆବଦ୍ଧ ହେବେ। ଶୁଣାଯାଉଛି ଯେ ରଣବୀର ଏବଂ ଆଲିଆଙ୍କ ବାହାଘର ୨୦୨୦ରେ ହେବ। ଏଠାରେ ସୂଚନାଯୋଗ୍ୟ ଯେ ଏବେ ରଣବୀର କପୁରଙ୍କ ପିତା ଋଷି କପୁର ନିଉୟର୍କରେ ଚିକିତ୍ସିତ ହେଉଛନ୍ତି । ସେଠାରେ ରଣବୀର ଏବଂ ତାଙ୍କ ମାଆ ନୀତୁ କପୁର ବି ଅଛନ୍ତି।

ଏଭଳି ଦୁଃଖଦ ସମୟରେଆଲିଆ ଭଟ୍ଟ ରଣବୀରଙ୍କର ସାଥ୍‌ ଦେବାଲାଗି ନିଉୟର୍କରେ ପହଞ୍ଚିଛନ୍ତି । ସେଠାରେ ସେ ଏବଂ ରଣବୀର କପୁର ସପିଂ କରୁଛନ୍ତି। ଆଲିଆଙ୍କୁ ଏବେ ୨୬ ବର୍ଷ ବୟସ ହେଲାଣି। ଆଲିଆ ବଲିଉଡରେ ପ୍ରାୟ ସାତ ବର୍ଷ ହେବ କାମ କରିଲେଣି। ଏଣେ ରଣବୀରଙ୍କୁ ହେଲାଣି ୩୬ ବର୍ଷ। ଦୁହେଁ ବିବାହଲାଗି ସଂପୂର୍ଣ୍ଣ ପ୍ରସ୍ତୁତ। କେବଳ ନିଜ ନିଜର ଫିଲ୍ମଗୁଡିକର କାମ ସାରିବାପାଇଁ ସମୟ ନେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏବେ ରଣବୀର କପୁର-ଆଲିଆ ଭଟ୍ଟ ଷ୍ଟାରର ମୁଭି ‘ବ୍ରହ୍ମାସ୍ତ୍ର’ ଆସୁଛି।

ସମ୍ବନ୍ଧିତ ଖବର