ମୁମ୍ବାଇ : ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଦୀପ୍-ବୀର, ପ୍ରିୟଙ୍କା-ନିକ୍ ଏବଂ ବିରୁଷ୍କାଙ୍କ ପରେ ଏବେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହର ପ୍ରସ୍ତୁତିରେ ଲାଗି ପଡ଼ିଥିବା ଜଣାପଡ଼ିଛି । ଦୀପ୍-ବୀରଙ୍କ ଭଳି ଆଲିଆ-ରଣବୀର ମଧ୍ୟ ଇଟାଲୀର ଲେକ୍ କୋମୋରେ ବିବାହ କରିବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି । ଦୁହେଁ ଏବେ ୟୁରୋପରେ ଛୁଟି କଟାଉଥିବା ବେଳେ ସେଠାରୁ ଦୁହେଁ ଇଟାଲୀର ଲେକ୍ କୋମୋକୁ ବୁଲିବାକୁ ଯିବେ ।
ndtv.comତେବେ ଦୁହିଁଙ୍କ ବୁଲିଯିବା ଖବର ଆସିବା ପରେ ଦୁହେଁ ଦୀପ୍-ବୀରଙ୍କ ଭଳି ସିକ୍ରେଟ େଓ୍ଵଡିଙ୍ଗ କରିବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଏ ନେଇ ଆଲିଆଙ୍କ ମା’ ସୋନି ରାଜ୍ଦାନଙ୍କୁ ପଚରାଯିବା ପରେ ସେ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି । ଏବେ ଦୁହିଁଙ୍କର ବିବାହ କରିବାର କୌଣସି ଯୋଜନା ନଥିବା କହିଛନ୍ତି ସୋନି ରଜଦାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/qwas.jpg)