ଜାନୁଆରୀ ୨୨ ତାରିଖରେ ଯୋଧପୁରରେ ବିବାହ କରିବେ ରଣବୀର-ଆଲିଆ ! ସତ କ’ଣ ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ବିବାହ କରିବେ। ତେବେ ଆଲିଆ ଓ ରଣବୀରଙ୍କ ଏହି ବିବାହ ତାରିଖ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ନିମନ୍ତ୍ରଣ କାର୍ଡରୁ ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁହିଁଙ୍କ ବିବାହକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନ ଥିଲା।

ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ରାଜସ୍ଥାନର ଯୋଧପୁରସ୍ଥିତ ଉମୈଦ ଭବନ ପ୍ୟାଲେସ୍‌ରେ ରଣବୀର ଓ ଆଲିଆଙ୍କ ବାହାଘର ହେବ। ସେମାନଙ୍କ ବିବାହର ଭୋଜି ଦାୟିତ୍ୱ ଋତୁ ଡାଲମିଆଙ୍କୁ ଦିଆଯାଇଛି। ତେବେ ଆଲିଆଙ୍କୁ ଏ ବିଷୟରେ ପଚରାଯିବାରୁ ସେ କେବଳ ହସି ଦେଇ ଚାଲି ଯାଇଥିଲେ।

ରଣବୀରଙ୍କ ପକ୍ଷରୁ ବି ଏ ନେଇ କିଛି ସଫେଇ ମିଳିନାହିଁ। ତେଣୁ ଏହା ଗୁଜବ ନିମନ୍ତ୍ରଣ କାର୍ଡ ବୋଲି ଚର୍ଚ୍ଚା ହେଉଛି। ଦୁହିଁଙ୍କୁ କିନ୍ତୁ ଅନେକ ସମୟରେ ବିଭିନ୍ନ ପାର୍ଟି ଓ ଫଙ୍କସନ୍‌ ଆଦିରେ ଏକାଠି ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର