ମୁମ୍ବାଇ: ଗତ ବର୍ଷ ଖ୍ରୀଷ୍ଟମାସ ଅବସରରେ ବଲିଉଡର ଷ୍ଟାର ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଥିଲେ। ଏହି ଦମ୍ପତି ସେମାନଙ୍କ ଝିଅ ରାହାଙ୍କ ଚେହେରା ଦେଖାଇଥିଲେ। ରାହାଙ୍କ ଜନ୍ମ ହେବା ପରଠାରୁ ସେ କିଭଳି ଦିଶୁଛନ୍ତି, ଏହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା। ଏହି ଉତ୍କଣ୍ଠାର ଅନ୍ତ ଘଟାଇ ରଣବୀର-ଆଲିଆ ଝିଅର ମୁହଁ ସମସ୍ତଙ୍କୁ ଦେଖାଇଥିଲେ। ଏବେ ବର୍ଷକ ପରେ ଦମ୍ପତ୍ତି ପୁଣି ଥରେ ଝିଅ ରାହାକୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। କ୍ୟାମେରା ଦେଖିବା ପରେ ରାହା କିଭଳି ପ୍ରତିକ୍ରିୟା ଦେଇଥିଲେ, ତାହା ସାମ୍ନାକୁ ଆସିଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ରଣବୀର-ଆଲିଆ ଝିଅକୁ ବାହାରକୁ ଆଣିବା ପୂର୍ବରୁ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଶାନ୍ତ ରହିବାକୁ କହୁଛନ୍ତି। ପାଟି କଲେ ଝି ଡରିଯିବ ବୋଲି ଜଣାଇ ଆଲିଆ ଏଭଳି କହୁଛନ୍ତି। ଏହା ପରେ ରଣବୀର, ରାହାଙ୍କୁ ଧରି କାର୍ ବାହାରକୁ ଆସୁଛନ୍ତି। ରାହା ଗଣମାଧ୍ୟମ ପ୍ରତିନିଧିଙ୍କ ହାତରେ କ୍ୟାମେରା ଦେଖିବା ମାତ୍ରେ ହାଏ କହିବା ସହ ଖ୍ରୀଷ୍ଟମାସର ଶୁଭେଚ୍ଛା ଦେଉଛନ୍ତି। ଏହା ପରେ ଘରକୁ ଯିବା ପୂର୍ବରୁ ସେ 'ଫ୍ଲାଇଙ୍ଗ କିସ୍' ଦେଉଛନ୍ତି। ରାହାଙ୍କ ଏହି ଅନ୍ଦାଜ ଏବେ ଲୋକଙ୍କ ମନ କିଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/26/o2otm0htDvK0gFDkRo6e.jpg)