ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ ଓ ମୌନି ରଏଙ୍କ ସହିତ ନିଜର ଆଗାମୀ ସିନେମା ‘ବ୍ରହ୍ମାସ୍ତ୍ର’ର ସୁଟିଂ ମନାଲିରେ କରୁଛନ୍ତି। ତେବେ ନିକଟରେ ଖବର ଆସିଛି କି, ରଣବୀର କପୁର ଓ ଦୀପିକା ପାଦୁକୋନ୍ ଦୁହେଁ ପ୍ରେମ ସମ୍ପର୍କ ଅଧାରିତ କାହାଣୀରେ ନଜର ଆସିବେ। ଶୁଣିବାକୁ ମିଳୁଛି କି, ରଣବୀର ଓ ଦୀପିକା ଅନସ୍କ୍ରିନ୍ ହିଟ୍ ଯୋଡି ନିର୍ଦ୍ଦେଶକ ଲବ୍ ରଞ୍ଜନଙ୍କ ସିନେମାରେ କାମ କରିବେ। ଏହି ସିନେମାରେ ଅଭିନେତା ଅଜୟ ଦେବଗନ୍ ମଧ୍ୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେ କୌଣସି କାରଣରୁ ଏଥିରୁ ଓହରି ଯାଇଛନ୍ତି।
ସୂଚନା ମୁତାବକ, ୨୦୧୫ରେ ସିନେମା ‘ତମାଶା’ରେ ରଣବୀର-ଦୀପିକା ଶେଷଥର ପାଇଁ ଅଭିନୟ କରିଥିଲେ। ଏବେ ଦୀପିକା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ୍’ ଏବଂ କବିର ଖାନ୍ଙ୍କ ଫିଲ୍ମ ‘୮୩’ରେ ନଜର ଆସିବେ।
କିଛି ବର୍ଷ ପୂର୍ବେ ଦୀପିକା ଓ ରଣବୀର ଲିଭ୍ଇନ୍ରେ ରହୁଥିବା ସ୍ୱୀକାର କରିଥିଲେ। କିନ୍ତୁ କିଛିଦିନ ପରେ ଦୀପିକା ଓ ରଣବୀରଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିଥିଲେ ହେଁ ଉଭୟ ଉତ୍ତମ ବନ୍ଧୁ ଭାବେ ନଜର ଆସିଲେ। ଆଉ ଦୀପିକା ଅଭିନେତା ରଣବୀର ସିଂଙ୍କୁ ବିବାହ କରିଥିବାବେଳେ ରଣବୀର କପୁର ଏବେ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ranbir-kapoor-deepika-padukone-getty-images-main.jpg)