ଫିଲ୍ମ ‘ସଞ୍ଜୁ’ ଦେଖିବା ପରେ ରଣବୀରଙ୍କୁ ନେଇ ଏଭଳି ମତ ରଖିଲେ ପ୍ରେମିକା ଆଲିଆ ଭଟ୍ଟ

ମୁମ୍ବାଇ: ଗତକାଲି ରିଲିଜ୍‌ ହୋଇଥିଲା ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ସଞ୍ଜୁ’ । ରିଲିଜ୍‌ ପରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବ୍ୟକ୍ତଗତ ଜୀବନର କିଛି ଜଣାଅଜଣା କଥା ଜାଣିବାକୁ ସିନେମା ଘରେ ଦର୍ଶକଙ୍କ ଧାଡ଼ି ଲାଗିଥିବା ବେଳେ ସାରା ଦେଶରେ ଏହା ହିଟ୍‌ ସାବ୍ୟସ୍ତ ହୋଇଛି । ସମସ୍ତଙ୍କ ମୁହଁରୁ ଏବେ ଫିଲ୍ମ ‘ସଞ୍ଜୁ’କୁ ନେଇ ପ୍ରଶଂସା । ଦର୍ଶକଙ୍କଠାରୁ ଆରମ୍ଭ କରି କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ଖାସ୍‌ କରି ରଣବୀରଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ବଲିଉଡ଼୍‍ର ସବୁ କଳାକାର ଏହାକୁ ପସନ୍ଦ କରିଥିବା ବେଳେ ରଣବୀର କପୁରଙ୍କ କଥିତ ପ୍ରେମିକା ଅଭିନେତ୍ରୀ ଆଲିଆ ଭଟ୍ଟ ଏ ନେଇ ନିଜର ମତ ରଖିଛନ୍ତି ।

ଗୁରୁବାର ଫିଲ୍ମର ସ୍କ୍ରିନିଙ୍ଗ ରଖା ଯାଇଥିବା ବେଳେ ଫିଲ୍ମ ଦେଖି ସାରିବା ପରେ ରଣବୀରଙ୍କ ପ୍ରଶଂସା କରିବାରେ ଥକି ନଥିଲେ ଆଲିଆ । ଫିଲ୍ମଟି ବହୁତ ଭଲ ହୋଇଛି । ଏହି ଫିଲ୍ମରେ ରଣବୀରଙ୍କ ଅଭିନୟ ମୋତେ ବହୁତ ବହୁତ ପସନ୍ଦ ଆସିଛି । ମୋର ଟପ୍‌-୧୦ ଭଲ ଚଳଚ୍ଚିତ୍ର ସୂଚୀରେ ଏହି ଫିଲ୍ମ ପୂରା ଉପରେ ରହିବ ବୋଲି ଆଲିଆ କହିଥିଲେ । ଏହା ସହ ଫିଲ୍ମରେ ଥିବା ସବୁ କଳାକାର ନିଜ ନିଜର ଚରିତ୍ର ବହୁତ ଭଲ ଭାବରେ ପ୍ରତିପାଦନ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କର ମୁଁ ବହୁତ ବଡ଼ ପ୍ରଶଂସକ । ତାଙ୍କର ଯାହା ବି ଫିଲ୍ମ ଆମେ ସବୁ ବକ୍ସ ଅଫିସରେ ହିଟ୍‌ ହେବା ସହ ତାଙ୍କର ଫିଲ୍ମ ନିର୍ମାଣ କରିବାର ଶୈଳୀ ମୋତେ ବହୁତ ଭଲ ଲାଗେ” ବୋଲି ଆଲିଆ ନିଜର ମତ ରଖିଥିଲେ ।

Hindustan Times

ସୂଚନା ମୁତାବକ,ଫିଲ୍ମ ‘ସଞ୍ଜୁ’ ପରେ ରଣବୀର ନିଜର ଆଗାମୀ ଫିଲ୍ମ ‘ବ୍ରାହ୍ମାସ୍ତ୍ର’ ପାଇଁ ବ୍ୟସ୍ତ ଥିବା ଜଣାପଡ଼ିଛି । ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଆଲିଆ ଭଟ୍ଟ ଥିବା ବେଳେ ଦୁହିଁଙ୍କ ପ୍ରେମ ସଂପର୍କ ଏହି ଫିଲ୍ମରୁ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି ।

ସମ୍ବନ୍ଧିତ ଖବର