ମୁମ୍ବାଇ: ଏବେ ବଲିଉଡ୍‌ରେ ଖୁବ୍‌ ଜୋର୍‌ରେ ଚାଲିଛି ବୟକଟ୍‌ ଟ୍ରେଣ୍ଡ୍‌। ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’। ଏହି ଫିଲ୍ମଟିକୁ ବି ଲୋକେ ବୟକଟ୍‌ କରିବାରେ ଲାଗିଛନ୍ତି। ସୋସିଆଲ୍‌ ମିଡିଆରେ ଏବେ ‘ବୟକଟ୍‌ ବ୍ରହ୍ମାସ୍ତ୍’ ଟ୍ରେଣ୍ଡ୍‌ କରିବାରେ ଲାଗିଛି।

Advertisment

ଅଭିନେତା ରଣବୀର ତାଙ୍କ ଫିଲ୍ମକୁ ନେଇ ଚାଲିଥିବା ବୟକଟ୍‌ ଟ୍ରେଣ୍ଡ୍‌ ଉପରେ ତାଙ୍କର ମତ ରଖିଛନ୍ତି। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ଫିିଲ୍ମ ଚାଲିବ କି ନାହିଁ ତାହା କେବଳ ବିଷୟବସ୍ତୁ ଉପରେ ନିର୍ଭର କରେ।’

ବୟକଟ ଟ୍ରେଣ୍ଡ୍‌ ଉପରେ ରଣବୀର ଆହୁରି ବି କହିଛନ୍ତି ଯେ ‘ମୁଁ ମୋ ନିଜ ଉଦାହରଣରୁ କହୁଛି। କିଛି ସପ୍ତାହ ତଳେ ମୋ ଫିଲ୍ମ ‘ସମସେରା’ ରିଲିଜ୍‌ ହୋଇଥିଲା। ସେ ସମୟରେ ମୋତେ କୌଣସି ନକାରାତ୍ମକ ଅନୁଭବ ହୋଇନଥିଲା। ମାତ୍ର ଫିଲ୍ମଟି ଚାଲିଲାନି। କାରଣ ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଲାନି। ଶେଷରେ ବିଷୟବସ୍ତୁ ହିଁ କାମରେ ଆସେ। ଯଦି ଆପଣ ଭଲ ଫିଲ୍ମ ଦେବେ, ଭଲ ବିଷୟବସ୍ତୁ ଦେବେ ତ ଲୋକେ ନିଶ୍ଚୟ ପସନ୍ଦ କରିବେ।’

ଚଳଚ୍ଚିତ୍ର ଦେଖିବା, କିଛି ନିଆରା ଅଭିଜ୍ଞତା ସାଉଁଟିବା, ଭାବପ୍ରବଣ ହେବାକୁ କିଏ ବା ଚାହାନ୍ତିନି? ଚଳଚ୍ଚିତ୍ରର ଭାବପ୍ରବଣତାକୁ ନେଇ କିଏ ବା ହସିବାକୁ , କାନ୍ଦିବାକୁ ଚାହାନ୍ତିନି। ଯଦି କୌଣସି ଫିଲ୍ମ ଚ‌ାଲୁନାହିଁ, ତା ଅର୍ଥ ଫିଲ୍ମଟିର ବିଷୟବସ୍ତୁ ଭଲ ନାହିଁ ବୋଲି ରଣବୀର କହିଛନ୍ତି।