ମୁମ୍ବାଇ: ସୁପରଷ୍ଟାର ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ "ରାମାୟଣ"ର ପ୍ରଥମ ଲୁକ ଟିଜର ରିଲିଜ୍ ହୋଇଛି। ରିଲିଜ୍ ପରେ ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ପ୍ରଥମ ଲୁକ ଟିଜରରେ ରଣବୀର କପୁରଙ୍କୁ ରାମ ଅବତାରରେ ଦେଖିବାକୁ ମିଳିଛି। ସେ ଧନୁ ଧରି ଜଣେ ଯୋଦ୍ଧା ଭାବରେ ଆକ୍ରମଣର ଜବାବ ଦେଉଥିବା ଦେଖାଯାଉଛି।
ଭିଡିଓରେ ରଣବୀର କପୁର ଏବଂ ୟଶଙ୍କ ଲୁକ୍ ଦେଖିବାକୁ ମିଳିଛି। ପ୍ରଥମ ଟିଜର ଭିଡିଓରେ ପ୍ରଭୁ ଶ୍ରୀରାମ ଏବଂ ରାବଣ ମଧ୍ୟରେ ଲଢ଼େଇ ଦେଖାଯାଇଛି। ରଣବୀର ଜଙ୍ଗଲରେ ଏକ ଗଛରେ ଚଢ଼ି ତୀର ମାରୁଛନ୍ତି। ଏହା ସହ ୟଶ ଏକ କମ୍ବଳ ଘୋଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ରଣବୀର ଏବଂ ୟଶଙ୍କୁ ବହୁତ ପସନ୍ଦ କରୁଛନ୍ତି। ରାବଣ ଭୂମିକାରେ ୟଶଙ୍କୁ ଦେଖି ପ୍ରଶଂସକମାନେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।
ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସାଇ ପଲ୍ଲବୀ ଫିଲ୍ମରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ଭାଗ ୨୦୨୬ରେ ମୁକ୍ତିଲାଭ କରିବା ସହ ଦ୍ୱିତୀୟ ଭାଗ ୨୦୨୭ରେ ମୁକ୍ତିଲାଭ କରିବ। ଫିଲ୍ମରେ ସନି ଦେଓଲ ପ୍ରଭୁ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ରାକୁଲ ପ୍ରୀତ ସିଂହ ଶୂର୍ପଣଖା ଭୂମିକାରେ ଅଭିନୟ କରୁଥିବା ବେଳେ କାଜଲ ଅଗ୍ରୱାଲ ମନ୍ଦୋଦରୀ ଭୂମିକାରେ ଅଭିନୟ କରୁଛନ୍ତି। ଲାରା ଦତ୍ତା ମାତା କୈକେୟୀ ଭୂମିକାରେ ଅଭିନୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/03/tnews18-2025-07-03-16-06-15.jpg)