ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ୱତ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କୁ ଟାର୍ଗେଟ କରି ତାଙ୍କୁ ସମାଲୋଚନା କରିଥିଲେ । ଫିଲ୍ମ ଛଡ଼ା ଏମାନେ ଦେଶ କଥା ଭାବୁ ନାହାନ୍ତି ବୋଲି କଙ୍ଗନା ଆରୋପ ଲଗାଇଥିଲେ । ସୋସିଆଲ ମିଡିଆ ଏବଂ ବିଭିନ୍ନ ସାକ୍ଷାତକାରରେ କଙ୍ଗନା ଏହି ଦୁଇ ଷ୍ଟାରଙ୍କୁ ଟର୍ଗେଟ କରି ସ୍ୱାର୍ଥପର ବୋଲି କହିଥିଲେ । କାମ ପଡ଼ିଲେ ଦେଶ କଥା ଏମାନଙ୍କର ମନେ ପଡ଼େ ବୋଲି କହିଥିଲେ କଙ୍ଗନା । ଏହା ସହ ନିଜକୁ ସବୁ ସୁବିଧା ମିଳୁଥିବାରୁ ଏମାନେ ଦେଶର ଜନତାଙ୍କ ବିଷୟରେ ଭାବୁ ନଥିବା କଥା କଙ୍ଗନା କହିଥିଲେ । ତାଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ କଙ୍ଗନାଙ୍କ ବୟାନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରଣବୀର ।
/sambad/media/post_attachments/wp-content/uploads/2019/05/68610165-300x225.jpg)
ଏକ ଇଭେଣ୍ଟରେ କଙ୍ଗନାଙ୍କ ବିବାଦୀୟ ବୟାନକୁ ନେଇ ପ୍ରଶ୍ନ କରାଯିବା ପରେ ରଣବୀର କହିଥିଲେ, ମୋତେ ଯାହା ବି ପ୍ରଶ୍ନ କରାଯାଏ, ମୁଁ ତାହାର ଉତ୍ତର ନିଶ୍ଚୟ ଦିଏ । କିନ୍ତୁ ମୋର ଏ ବିଷୟରେ କୌଣସି ଉତ୍ତର ଦେବାରେ ନାହିଁ । ଲୋକ ଯାହା କହିବା କଥା କୁହନ୍ତୁ । ମୁଁ ଜାଣିଛି ମୁଁ କ’ଣ ଏବଂ ମୁଁ କ’ଣ କରୁଛି ବୋଲି କହିଥିଲେ ରଣବୀର ।