ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର୍‌ ତାଙ୍କ ବାପା ଋଷି କପୁରଙ୍କର ଖୁବ୍‌ ଲାଡ଼୍‌ଲା ଥିଲେ। ହେଲେ ଏପରି ଏକ କଥା ଅଛି, ଯେଉଁଥିପାଇଁ ରଣବୀର ଆଜି ବି ପଶ୍ଚାତାପ କରନ୍ତି। ସେ ସର୍ବଦା ଭାବିହୁଅନ୍ତି କି କାସ୍‌ ମୋ ବାପା ଆଜି ଥାଆନ୍ତେ କି!

Advertisment

ହାଇଦ୍ରାବାଦ୍‌ରେ ଫିଲ୍ମ ପ୍ରମୋସନ୍‌ ଉତ୍ସବରେ ନିଜର ଦୁଃଖ ବାଣ୍ଟିଛନ୍ତି ରଣବୀର। ସେ ତାଙ୍କ ଦିବଗଂତ ବାପା ଋଷି କପୁରଙ୍କ ସହ ନିଜ ସଂପର୍କକୁ ନେଇ ଖୋଲି କରି କଥା ହୋଇଛନ୍ତି।

ରଣବୀର କହିଛନ୍ତି, ‘‘କିଛି ବର୍ଷ ତଳେ ମୁଁ ମୋ ବାପାଙ୍କୁ ହରାଇଛି। ମୋତେ ଲ‌ାଗେ ଯିଏ ବି ନିଜ ବାପାମାଆଙ୍କୁ ହରାଇଛନ୍ତି, ସେମାନଙ୍କ ମନରେ ଏହି ପଶ୍ଚାତାପ ସର୍ବଦା ରହିଥାଏ ଯେ ଆମେ ନିଜ ବାପାମାଆଙ୍କ ସହ ଅଧିକାଂଶ ସମୟ ବିତାଇ ପାରିନେ।’’

ରଣବୀର ଆହୁରି ବି କହିଛନ୍ତି ଯେ ‘‘ଯେବେ ମୁଁ ବଡ଼ ହେଉଥିଲି ମୋ ବାପା ବ୍ୟସ୍ତ ଥିଲେ। ସେ ଅଧିକାଂଶ ସମୟ ସୁଟିଂରେ ବ୍ୟସ୍ତ ରହୁଥିଲେ। ସେ ଦିନକୁ ଦରକାର ପଡ଼ିଲେ ଦୁଇ-ତିନି ସିଫ୍ଟ କାମ କରୁଥିଲେ।’’

ସେ କହିଛନ୍ତି ଯେ ତାଙ୍କ ବାପା ଋଷି ସବୁଆଡ଼େ ଯାତ୍ରା କରୁଥିଲେ। ସେଥିପାଇଁ ସେ ସର୍ବଦା ତାଙ୍କୁ ଭଲପାଇବା ଓ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ। ଅଭିନେତାଙ୍କ କହିବା କଥା ତାଙ୍କର ନିଜ ବାପାଙ୍କ ସହ ବନ୍ଧୁତ୍ବ ପରି ସଂପର୍କ ନଥିଲା।

ରଣବୀର କହିଛନ୍ତି ଯେ ‘‘ଆମେ କେବେ ସାଥୀରେ ବସିକରି କଥା ହେଉ ନଥିଲୁ। ମୋତେ ଏହି କଥାର ଅବସୋସ ରହିବ। କାସ୍‌ ମୁଁ ମୋ ବାପାଙ୍କ ସହ ବନ୍ଧୁ ପରି ସଂପର୍କ ରଖିଥାନ୍ତି। ମୁଁ ତାଙ୍କ ସହ ଆହୁରି ଅନେକ କଥା ବାଣ୍ଟି ପାରିଥାନ୍ତି।’’