ଏବେ ମୋ ବୟସ ବଢ଼ୁଛି, ଆଉ ରୋମାଣ୍ଟିକ କମେଡି ଫିଲ୍ମ କରିବିନି: ରଣବୀର କପୁର

ମୁମ୍ବାଇ: ନିକଟରେ ସୁନ୍ଦର ଶିଶୁକନ୍ୟା ରାହାଙ୍କ ବାପା ହୋଇଥିବା ରଣବୀର କପୁର କାମକୁ ଫେରିଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ କରିବା ସହ ‌ରେଡ୍ ସି ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଥିଲେ ରଣବୀର କପୁର। ସାଉଦି ଆରବରେ ଆୟୋଜିତ ଏହି ଉତ୍ସବରେ ଭିନ୍ନ ଲୁକରେ ନଜର ଆସିଥିଲେ ରଣବୀର। ଏହି ଇଭେଣ୍ଟରେ ରଣବୀର ତାଙ୍କ ଫିଲ୍ମ ଶମଶେରା ଫ୍ଲପ ହେବାର କାରଣ ଏବଂ ଆଗକୁ ରୋମାଣ୍ଟିକ କମେଡି ଫିଲ୍ମ କରିବେନି ବୋଲି କହିଥିଲେ।

ରଣବୀର କହିଥିଲେ, ମୋର ନିଶ ଓ ଦାଢ଼ି ପାଇଁ ଶମଶେରା ଫ୍ଲପ ହେଲା। ଫିଲ୍ମରେ ମୋର ଡବଲ ରୋଲ ଥିବା ବେଳେ ଦୁଇଟି ଚରିତ୍ର‌ରେ ମୋ ଲୁକ ପ୍ରାୟ ସମାନ ଥିଲା। ଏହା ସହ ଦାଢ଼ୀ ପାଇଁ ମୋ ଚେହେରା ସ୍କ୍ରିନରେ ଭଲ ଦେଖାଯାଉନଥିଲା। ଏହା ଫ୍ଲପ ହେବାର ମୁଖ୍ୟ କାରଣ ଥିଲା।

ଭବିଷ୍ୟତରେ ରୋମାଣ୍ଟିକ କମେଡି ଫିଲ୍ମ ନକରିବା ପଛର କାରଣ ଜଣାଇ ରଣବୀର କହିଥିଲେ, ଶ୍ରଦ୍ଧାଙ୍କ ସହ ମୋର ଏକ ରୋମାଣ୍ଟିକ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବ। ଏହା ବୋଧହୁଏ ମୋର ଶେଷ ରୋମାଣ୍ଟିକ କମେଡି ଫିଲ୍ମ ହେବ। କାରଣ ମୋର ବୟସ ବଢ଼ୁଛି।

ରଣବୀରଙ୍କ ଏଭଳି ବୟାନ ପରେ ଲୋକେ ତାଙ୍କୁ ପ୍ରଶଂସା କରି ବୟସ ବଢ଼ିବା ସହ ସେ ଅଧିକ ସୁନ୍ଦର ଦିଶୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର