ଉର୍ଫି ପିନ୍ଧୁଥିବା ପୋଷାକକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ବିଗ୍‌ବସ୍‌ ଫେମ୍‌  ମଡେଲ୍‌ ଉର୍ଫି ଜାଭେଦ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ବଲିଉଡ୍‌ ଅଭିନେତା ରଣବୀର କପୁର କରୀନା କପୁରଙ୍କ ରେଡ଼ିଓ ଶୋ’ରେ ଯୋଗ ଦେଇଥିଲେ । ଏହି ଶୋ’ରେ ରଣବୀର କହିଥିଲେ ଉର୍ଫିଙ୍କ ପୋଷାକକୁ ସେ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି ଜଣଙ୍କୁ ତାହା ଭଲ ଲାଗୁଛି ‌ତେବେ ସେଥିରେ କାହାର ଅସୁବିଧା ହେବା ଅନୁଚିତ।

ବଲିଉଡ୍‌ ଅଭିନେତା ରଣବୀର କରୀନାଙ୍କ ରେଡ଼ିଓ ଶୋ’ରେ ପହଞ୍ଚି ଏକ ଖେଳ ଖେଳିଥିଲେ । ଯେଉଁଠାରେ ରଣବୀରଙ୍କୁ ଅଭିନେତାମାନଙ୍କୁ ନିଜ ପୋଷାକ ଦ୍ୱାରା ଚିହ୍ନିବାକୁ ପଡ଼ୁଥିଲା । ପରେ ଅଭିନେତାଙ୍କ ଡ୍ରେସିଂ ଟେଷ୍ଟକୁ ଭଲ କିମ୍ବା ଖରାପ କହିବାକୁ ପଡ଼ୁଥିଲା । କରୀନା ରଣବୀରଙ୍କୁ ଏକ ଫଟୋ ଦେଖାଇଲେ, ତାହା ଉର୍ଫି ଜାଭେଦଙ୍କ ଫଟୋ ବୋଲି ସେ ଚିହ୍ନିପାରିଲେ । ରଣବୀର ସେହି ଫଟୋକୁ ଦେଖି କହିଥିଲେ ଯେ, ଏହି ପ୍ରକାରର ପୋଷାକ ପରିଧାନକୁ ସେ ପସନ୍ଦ କରନ୍ତି ନାହିଁ । ଯଦି କେହି  ନିଜ ପୋଷାକ ପରିଧାନକୁ ନେଇ ଆରାମଦାୟକ ଅଛି, ତେବେ ଏଥିରେ କୌଣସି ଅସୁବିଧା ନାହିଁ । ଏହି ସାକ୍ଷାତକାରରେ ରଣବୀର ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସିଂ ଟେଷ୍ଟ ବା ପରିଧାନ ରୁଚିକୁ ଶ୍ରେଷ୍ଠ ବୋଲି କହିଛନ୍ତି ।

ମଡେଲ୍‌ ଉର୍ଫି ଜାଭେଦଙ୍କୁ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲେ ବି ତାଙ୍କ ପୋଷାକ ପରିଧାନକୁ ପ୍ରଶଂସକମାନେ ପସନ୍ଦ କରନ୍ତି । ଆଜିକାଲି ରଣବୀରଙ୍କୁ ତାଙ୍କ ନୂଆ ଚଳଚ୍ଚିତ୍ର ‘ତୁ ଝୁଟି ମେ ମକ୍କାର’ରେ ଦେଖିବାକୁ ମିଳୁଛି । ଏଥିରେ ତାଙ୍କର ନାୟିକା ହେଉଛନ୍ତି ଶ୍ରଦ୍ଧା କପୁର।

ସମ୍ବନ୍ଧିତ ଖବର