‘ସଂଜୁ’ରେ କେମିତି ନ୍ୟୁଡ୍‌ ସିନ୍‌ ଦେଇଥିଲେ ରଣବୀର କପୁର

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ନୂଆ ଚଳଚ୍ଚିତ୍ର ‘ସଂଜୁ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏଥିରେ ରଣବୀରଙ୍କ ଅଭିନୟ ଅନେକଙ୍କୁ ବିସ୍ମିତ କରିଛି। ବହୁ ଲୋକ ରଣବୀର କପୁରଙ୍କ ଅଭିନୟର ପ୍ରଶଂସା କରୁଛନ୍ତି।
ଏହି ସିନେମାରେ ରଣବୀର କପୁର ଅଭିନେତା ସଂଜୟ ଦତ୍ତଙ୍କ ଶୈଳୀକୁ ଖୁବ୍‌ ନିଖୁଣ ଭାବେ ନିଭାଇଥିବା ମନେ ହୁଏ। ଠିକ୍‌ ସେହିପରି ନିର୍ଦ୍ଦେଶକ ରାଜ କୁମାର ହିରାନୀ ବି ସଂଜୟ ଦତ୍ତଙ୍କ ଜୀବନୀକୁ ପରଦାରେ ଖୁବ୍‌ ନିଖୁଣ ଭାବେ ଉପସ୍ଥାପନା କରିଥିବା ଅନୁମାନ କରାଯାଉଛି। ତେବେ ‘ସଂଜୁ’ର ଟ୍ରେଲର ଦେଖିବା ପରେ ଗୋଟିଏ ସିନ୍‌ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏହାର ଗୋଟିଏ ଦୃଶ୍ୟରେ ରଣବୀର କପୁରଙ୍କୁ ସଂପୂର୍ଣ୍ଣ ନିର୍ବସ୍ତ୍ର ହେବାର ଦେଖିବାକୁ ମିଳିଛି।

ଏହି ନ୍ୟୁଡ୍‌ ସିନ୍‌ ସୁଟିଂ ସମୟର ଅଭିଜ୍ଞତା ସଂପର୍କରେ ରଣବୀର କପୁର କହନ୍ତି ଯେ ତାଙ୍କୁ ଆଦୌ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନାହିଁ। ସେ ଆହୁରି କହିଛନ୍ତି ଯେ ପ୍ରଥମ ସିନେମା ‘ ସାଓ୍ଵାରିୟା’ରେ ତ ଗୀତ ଦୃଶ୍ୟର ସୁଟିଂ ବେଳେ ସେ ପିନ୍ଧିଥିବା ଟାେଓ୍ଵଲ୍‌ ଖସି ଯାଇଥିଲା ଓ ୟୁନିଟ୍‌ ଆଗରେ ସେ ନିର୍ବସ୍ତ୍ର ହୋଇ ଯାଇଥିଲେ।
ରଣବୀର କପୁର ଆହୁରି କହିଛନ୍ତି ଯେ ସେ ବାସ୍ତବ ଜୀବନରେ ଖୁବ୍‌ ଲାଜକୁଳା। କିନ୍ତୁ ଅଭିନୟ କରିବା ବେଳେ ନିଜର ଭାବନାକୁ ନେଇ ନଗ୍ନ ହେବାକୁ ପଡିଥାଏ।
’ସଂଜୁ’ ରେ ରଣବୀରଙ୍କୁ ନ୍ୟୁଡ୍‌ ହେବାକୁ ପଡ଼ିଥିଲା। କାରଣ ତା’ର ଏକ ଦୃଶ୍ୟରେ ବୋମା ବିସ୍ଫୋରଣ ମାମଲାରେ ଫସିବା ପରେ ସଂଜୟ ଦତ୍ତଙ୍କୁ ପଚରାଉଚୁରା ପାଇଁ ଯେତେବେଳେ ପୁଲିସ ଥାନାକୁ ଡକାଗଲା, ସେତେବେଳେ ତାଙ୍କୁ ସଂପୂର୍ଣ୍ଣ ନିର୍ବସ୍ତ୍ର କରାଯାଇଥିଲା। ତା’ପରେ ତାଙ୍କର ଯାଂଚ ହୋଇଥିଲା। ଫିଲ୍ମରେ ଏହି କଥା ଥିବା କାରଣରୁ ଏହି ଦୃଶ୍ୟଟି ରଖାଯାଇଛି।


‘ସଂଜୁ’ରେ ରଣବୀର କପୁରଙ୍କ ବ୍ୟତୀତ ମନିଷା କୋଇରାଲା, ଭିକି କୌଶଲ, ବୋମନ ଇରାନି, ଅନୁଷ୍କା ଶର୍ମା, ସୋନମ୍‌ କପୁର ଓ ଦିୟା ମୀର୍ଜା ମଧ୍ୟ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର