କାହିଁକି ଫ୍ଲପ ହେଲା ଶମଶେରା? ଜାଣନ୍ତୁ କାହାକୁ ଦୋଷ ଦେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀଙ୍କ ସହ ବ୍ରହ୍ମାସ୍ତ୍ରର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଆସନ୍ତାକାଲି ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ପ୍ରେକ୍ଷାଳୟରେ ଫିଲ୍ମ ଭଲ ବ୍ୟବସାୟ କରିବ କି ନାହିଁ, ତା’ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଫିଲ୍ମର ପ୍ରମୋସନ ସମୟରେ ଆଲିଆ-ରଣବୀର ଏବଂ ଅୟାନ୍ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ରଣବୀରଙ୍କୁ ତାଙ୍କ ଫିଲ୍ମ ଶମଶେରା ଫ୍ଲପ୍ ହେବାର କାରଣ ପଚରାଯାଇଥିଲା।

ଏହାର ଉତ୍ତର ରଖି ସେ କହିଥିଲେ, ଶମଶେରା ବକ୍ସ ଅଫିସରେ ଭଲ ପ୍ରଦର୍ଶନ ନକରିବା ଅର୍ଥ ଦର୍ଶକ ଫିଲ୍ମକୁ ପସନ୍ଦ କଲେ ନାହିଁ। ଏହାର ବିଷୟବସ୍ତୁ ଭଲ ନ ଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିପାରିଲା ନାହିଁ।

ତେବେ ଫିଲ୍ମର ଅଗ୍ରୀମ ବୁକିଂକୁ ଦେଖିବାକୁ ଗଲେ ବୁଧବାର ‘ବ୍ରହ୍ମାସ୍ତ୍ର’ ଏହାର ଅଗ୍ରୀମ ବୁକିଂରେ ୧୮କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଆଗୁଆ ବୁକିଂରେ ୨୭-୩୨ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି। ଅୟାନ୍ ମୁଖାର୍ଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ ଏକ ବିଶେଷ ଭୂମିକାରେ ନଜର ଆସିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର