କରୋନା ସଂକ୍ରମିତ ହେଲେ ସଞ୍ଜୟ ଲୀଲା ଭଂସାଲି

ମୁମ୍ବାଇ:  ବଲିଉଡ ନାୟକ ରଣବୀର କପୁର କରୋନା ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ବଲିଉଡର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲି ବି କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ‘ଗଙ୍ଗୁବାଈ କାଠିଆୱାଡ଼ି’ ସିନେମା ସୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଥଣ୍ଡା, କାଶ ଓ ଜ୍ବର ଲାଗିି ରହିଥିଲା। ତେଣୁ ସେ କରୋନା ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ପିିଜିଟିଭ ଆସିଥିଲା। ସେ କରୋନା ସଂକ୍ରମିତ ହେବା ପରେ ଏବେ ସୁଟିଂକୁ ବନ୍ଦ କରାଯାଇଛି। ସଂକ୍ରମଣ ନେଇ ନିଶ୍ଚିତ ହେବା ପରେ ସଞ୍ଜୟ ଘରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି।

ଏପଟେ  ରଣବୀର କରୋନା ସଂକ୍ରମିତ ଥିବା କଥା ତାଙ୍କ ମା’ ତଥା ପୂର୍ବତନ ବଲିଉଡ ଅଭିନେତ୍ରୀ ନିତୁ କପୁର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

ନିତୁ ଇନଷ୍ଟାଗ୍ରାମରେ ରଣବୀର କପୁରଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ଆପଣମାନଙ୍କ ଶୁଭକାମନା ତାଙ୍କୁ ଶୀଘ୍ର ସୁସ୍ଥ କରିଦେବ। ରଣବୀର ଏବେ କରୋନାରେ ସଂକ୍ରମିତ ହୋଇ ହୋମ କ୍ବାରାଣ୍ଟାଇନରେ ରହିବା ସହ ଔଷଧ ନେଉଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ଯେତେବେଳେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ ଚଣ୍ଡିଗଡ଼ରେ ସୁଟିଂ ଚାଲିଥିବା ସେତେବେଳେ ନିତୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଅଣାଯାଇଥିଲା।

 

 

View this post on Instagram

 

A post shared by neetu Kapoor. Fightingfyt (@neetu54)

ତେବେ ରଣବୀର କପୁର କରୋନା ସଂକ୍ରମିତ ବୋଲି ଖବର ମିଳିଥିବା ବେଳେ କେହି କେହି ଏହାକୁ ଗୁଜବ ବୋଲି କହିଥିଲେ। ତେଣୁ ସଠିକ ଖବର ପାାଇଁ ରଣବୀରଙ୍କ ଦାଦାଙ୍କ ରଣଧୀର କପୁରଙ୍କୁ ସମ୍ପର୍କ କରାଯାଇଥିଲା। ସେ କିନ୍ତୁ ଏ ବିଷୟରେ କିଛି ଜାଣି ନଥିବା କହି ମା’ ନିତୁ ସିଂହଙ୍କୁ ସମ୍ପର୍କ କରିବାକୁ କହିଥିଲେ। ନିତୁ ପୁଅ କରୋନା ସଂକ୍ରମିତ ଥିବା କଥାକୁୁ ସ୍ପଷ୍ଟ କରିଥି‌ଲେ।

 

ସମ୍ବନ୍ଧିତ ଖବର