ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ରଣବୀର କପୁର ପୁଣିଥରେ ସିନେମା ପ୍ରେମୀଙ୍କୁ ଚକିତ କରିବାକୁ ପ୍ରସ୍ତୁତି ଅଛନ୍ତି। ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ 'ରାମାୟଣ'ରେ ଭଗବାନ ରାମ ଓ ପର୍ଶୁରାମ ଉଭୟ ଭୂମିକାରେ ରଣବୀରଙ୍କ ଅଭିନୟ ଦେଖିବାକୁ ମିଳିବ। ଅର୍ଥାତ ରଣବୀର 'ରାମାୟଣ'ରେ ଡବଲ୍ ରୋଲରେ ନଜର ଆସିବେ।
ରଣବୀର କପୁରଙ୍କ ଅଭିନୀତ 'ଶ୍ୟାମଶେରା ଏବଂ ଆନିମଲ' ପରେ ଏହା ତାଙ୍କର ତୃତୀୟ ଚଳଚ୍ଚିତ୍ର ହେବ ଯେଉଁଥିରେ ସେ ଡବଲ୍ ରୋଲ୍ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଫିଲ୍ମର କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ କିନ୍ତୁ ଫିଲ୍ମର କାଷ୍ଟରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ଲାରା ଦତ୍ତାଙ୍କ ଭଳି କଳାକାର ନଜର ଆସିବେ ବୋଲି କୁହାଯାଉଛି। ଅମିତାଭ ବଚ୍ଚନ ମଧ୍ୟ ଏହି ସିନେମାରେ କାମ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି।
ବିଶେଷ କଥାଟି ହେଉଛି 'ରାମାୟଣ'ରେ ଭଗବାନ ରାମ ଓ ପର୍ଶୁରାମ ଉଭୟ ଭୂମିକାରେ ରଣବୀର ଅଭିନୟ କରୁଥିଲେ ହେଁ ଦୁଇଟି ଚରିତ୍ରରେ ରଣବୀରଙ୍କ ବେଶଭୂଷା ସମ୍ପୂର୍ଣ୍ଣ ଭାବେ ଭିନ୍ନ ରହିଛି। ଦର୍ଶକଙ୍କୁ ଚିହ୍ନିବା ମୁସକିଲ ହୋଇଯିବ ଯେ ଯିଏ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି ସମାନ ଲୋକ ପର୍ଶୁରାମ ହୋଇଛନ୍ତି। ଏହା ବାସ୍ତବରେ ଦେଖିବା ଯୋଗ୍ୟ। ତେଶୁ ଦର୍ଶକ ଏଥିରେ ରଣବୀରଙ୍କ ଡବଲ ରୋଲ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/xNrTT6rfKKloPekthuTW.jpg)