ଦୁନିଆର ଶ୍ରେଷ୍ଠ ବାପା ହେବାକୁ ଟିପ୍ସ ମାଗିଥିଲେ ରଣବୀର, ତାଙ୍କୁ ଦରକାର ଥିଲା…

ମୁମ୍ବାଇ: ରବିବାର ଏକ ଶିଶୁକନ୍ୟାର ବାପାମାଆ ବନିଛନ୍ତି ଅଭିନେତା‌ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ସେମାନେ ନୂଆ କରି ବାପାମାଆ ବନିଥିବା ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଗତକାଲି ଝିଅ ହେବା ପରେ ଅଭିନେତ୍ରୀ ଆଲିଆ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ ଜରିଆରେ ଏହି ସୂଚନା ଦେଇଥିଲେ।

ଝିଅ ହେବାକୁ ନେଇ ଆଲିଆ ବେଶ୍‌ ଖୁସି ଅଛନ୍ତି। ଏପରିକି ପୂର୍ବରୁ ଏକ ରିୟଲିଟି ସୋ’‌ରେ ଆଲିଆ କହିଥିଲେ ଯେ ତା‌ଙ୍କର ଯଦି ଝିଅଟିଏ ହୁଏ ତ ସେ ତାହାର ନାମ ଆଲାମ ରଖିବେ। ଆଲିଆଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖାଯାଇଛି, ‘ଆମ ଜୀବନର ସବୁଠାରୁ ବଡ଼ ଖବର। ଆମ ଶିଶୁ ଏଠାରେ ଅଛି। କେତେ ତମତ୍କାର ଝିଅ ସେ! ଆମେ ଆନୁଷ୍ଠାନିକ ଭାବେ ପ୍ରେମ ଓ ଆର୍ଶିବାଦ ପ୍ରାପ୍ତ ହୋଇଛି। ପ୍ରେମ ପ୍ରେମ ଓ ପ୍ରେମ ଆଲିଆ ଏବଂ ରଣବୀର।

ନିକଟ ଅତୀତରେ ରଣବୀର ତାଙ୍କ ଚଳଚ୍ଚିତ୍ର ‘ସମସେରା’ର ପ୍ରମୋସନ ସମୟରେ ନିଜର ହେବାକୁ ଥିବା ସନ୍ତାନକୁ ନେଇ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ ତାଙ୍କୁ ଝିଅ ଦରକାର ବୋଲି। ଏପରିକି ସେହି ମଞ୍ଚରେ ଥିବା ‘ଅନୁପମା’ ଷ୍ଟାର୍‌ ରୂପାଲି ଗାଙ୍ଗୁଲୀଙ୍କଠାରୁ ସେ ବାପାମାଆ ବନିବା ପାଇଁ କିଛି କୌଶଳ ବି ଗ୍ରହଣ କରିଥିଲେ।

ରଣବୀର ପଚାରିଥିଲେ, ‘ଦୁନିଆ ସବୁଠାରୁ ଭଲ ବାପା ବନିବା ପାଇଁ ମୋତେ କିଛି କୌଶଳ ଶିଖାଇ ପାରିବେ? ମୋତେ ଝିଅ ହିଁ ଦରକାର।’ ତାପରେ ରୂପାଲି ତାଙ୍କୁ ଡାଇପର୍‌ ‌ବଦଳାଇବା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।

ସମ୍ବନ୍ଧିତ ଖବର