ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଚାଲିଥିବା ବେଳେ ସିନେମା ହଲ୍‌ରେ ପହଞ୍ଚି ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେଲେ ରଣବୀର

ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟ ଜିଣିବାକୁ ରଣବୀର କପୁର ନିକଟରେ ଏକ ନିଆରା ଅନ୍ଦାଜ ଆପଣେଇଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ପଡ଼ିଥିବା ପ୍ରେକ୍ଷାଳୟରେ ରଣବୀର ସର୍‌ପ୍ରାଇଜ୍‌ ଭିଜିଟ୍‌ କରି ପ୍ରଶଂସକମାନଙ୍କୁ ଏକଦମ ଚକିତ କରି ଦେଇଥିଲେ। ରଣବୀରଙ୍କୁ ସିନେମା ହଲ୍‌ରେ ଦେଖିବା ପରେ ପ୍ରଶଂସକମାନେ ଖୁସିରେ ନାଚି ଉଠିଥିଲେ।

ଅନେକ ପ୍ରଶଂସକ ରଣବୀରଙ୍କ ସହ ସେଲ୍‌ଫି ନେବା ଆରମ୍ଭ କରିଥିଲେ। ରଣବୀରଙ୍କ ସାଥୀରେ ଯାଇଥିଲେ ସିନୋ ନିର୍ମାତା ଅୟାନ ମୁଖାର୍ଜୀ। ‘ବ୍ରହ୍ମାସ୍ତ୍ର’ରେ ପ୍ରଥମ ଥର ପାଇଁ ପତ୍ନୀ ଆଲିଆଙ୍କ ସହ ପରଦା ସେୟାର କରିଛନ୍ତି ରଣବୀର, ଯାହାକି ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି।

ରଣବୀର ଓ ଅୟାନ ମୁଖାର୍ଜୀ ସେପ୍ଟେମ୍ବର ୧୧ ତାରିଖ(ରବିବାର) ରାତିରେ ମୁମ୍ବାଇର ଜୁହୁସ୍ଥିତ ପିଭିଆର୍‌‌ରେ ଯାଇ ପହଞ୍ଚିଥିଲେ। ରଣବୀରଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ହୋଇ ଯାଉଥିବା ବେଳେ ରଣବୀର ବି ପ୍ରଶଂସକମାନଙ୍କୁ ନିଜ ଆଡୁ ଖୁବ୍ ସହ‌ଯୋଗ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Viral Bhayani (@viralbhayani)

ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଗତ ଶନିବାର ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍‌ କରିଥିଲେ ବି ଚଳଚ୍ଚିତ୍ରଟି ସେତେଟା ଖରାପ ପ୍ରଦର୍ଶନ କରିନାହିଁ। ଆପଣଙ୍କୁ ଜଣାଇ ଦେଉଛୁ ଯେ ‘ବ୍ରହ୍ମାସ୍ତ୍ର’ର ଦୁଇ ଦିନର ବକ୍ସ ଅଫିସ ରି‌ପୋର୍ଟ ସାମ୍ନାକୁ ଆସିଛି। ୨ଦିନରେ ଫିଲ୍ମଟି ୧୬୦କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରଟି ୟଶଙ୍କ କେଜିଏଫ୍-୨ ଏବଂ ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ୱାରକୁ ପଛରେ ପକାଇଛି। ତେବେ ସବୁ ଆୟକୁ ମିଶାଇ ନୁହେଁ ବରଂ ପିଭିଆରର ଗୋଟିଏ ଦିନର ସଂଗ୍ରହକୁ ନେଇ ଏଭଳି ଦାବି କରାଯାଇଛି।

ସମ୍ବନ୍ଧିତ ଖବର