ବାପା ହେବାକୁ ଚାହୁଁଛନ୍ତି ରଣବୀର କପୁର
ମୁମ୍ବାଇ: କିଛି କଳାକାର ନିଜ କ୍ୟାରିୟରକୁ ଆଗକୁ ନେବା ପାଇଁ ବିବାହ ବା ବାପା ହେବାକୁ ଇଚ୍ଛା କରୁ ନଥିବା ବେଳେ ଏବେ ବଲିଉଡ଼୍ର ଚକୋଲେଟ୍ ବଏ ରଣବୀର କପବୁର ବାପା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଫିଲ୍ମ ସଞ୍ଜୁ ପାଇଁ ଏବେ ରଣବୀର ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଏଭଳି ଇଚ୍ଛା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପ୍ରକୃତ କଥା ହେଲା ରଣବୀର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ଵିଟରରେ ଜଣେ ତାଙ୍କୁ ସେ ପରଦା ଉପରେ ବାପାର ଚରିତ୍ର କରିବା ପାଇଁ ପସନ୍ଦ କରିବେ କି ନାହିଁ ବୋଲି ପଚାରିଥିଲେ । ଏହାର ଉତ୍ତର ରଖି “ମୁଁ ଫିଲ୍ମ ସଞ୍ଜୁ ଏବଂ ଅଞ୍ଜାନା ଅଞ୍ଜାନୀରେ ବାପା ହୋଇ ସାରିଛି । ଫିଲ୍ମ ସଞ୍ଜୁରେ ମୁଁ ଉଭୟ ପୁଅ ଏବଂ ବାପର ଚରିତ୍ର କରିଛି । ଯାହା ପରେ ଆଗାମୀ ଫିଲ୍ମରେ ମୁଁ ଦୁଇଟି ଯାକ ଚରିତ୍ର ଭଲ ଭାବରେ କରିପାରିବି ବୋଲି ମୋ ବିଶ୍ୱାସ ଆସି ଯାଇଛି । ଆଗକୁ ଯଦି ମୋତେ କୌଣସି ଫିଲ୍ମରେ ବାପା ଚରିତ୍ର ମିଳେ ମୁଁ ଖୁସିରେ ସେ ଚରିତ୍ରକୁ ଗ୍ରହଣ କରିବି” ବୋଲି କହିଥିଲେ ।