‘ସଂଜୁ’ ପରେ ପୁଣି ରାଜ କୁମାର ହିରାନୀଙ୍କସହ କାମ କରିବେ ରଣବୀର କପୁର , ଜାଣନ୍ତୁ କେଉଁ ସିନେମାରେ

ମୁମ୍ବାଇ: ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କର ଏକ ସୁପରହିଟ୍‌ ଫିଲ୍ମ ହେଲା ‘ପିକେ’। ଏଥିରେ ଅମୀର ଖାନଙ୍କ ଅଭିନୟ ବି ବେଶ୍‌ ମଜାଦାର ହୋଇଥିଲା।
ନିର୍ଦ୍ଦେଶକ ରାଜ କୁମାର ହିରାନୀ ‘ପିକେ’ର ସିକ୍ୱେଲ୍‌ ତିଆରି କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମରେ ପୁଣି ଥରେ ଅମୀର ଖାନ୍‌ଙ୍କୁ ପରଦାରେ ଦେଖିବାକୁ ପାଇବେ ନା ଅନ୍ୟ କେହି ନଜର ଆସିବେ ତାକୁ ନେଇ ଚର୍ଚ୍ଚା ହେଉଛି। ଏହାର ଖୁଲାସା କରି ଛନ୍ତି ନିର୍ଦ୍ଦେଶକ ରାଜୁ ହିରାନୀ।

 

ସେ କହିଛନ୍ତି ଯେ ଏବେ ‘ପିକେ’ର ସିକ୍ୱେଲ ତିଆରି କରିବାପାଇଁ ସେ ଚାହାଁନ୍ତି ନାହିଁ ।ଯଦି ଏହି ସିନେମାର ସିକ୍ୱେଲ୍‌ ନିର୍ମାଣ କରନ୍ତି , ତେବେ ସେଥିରେ ଅମୀର ଖାନ୍‌ ଆଉ ନାୟକ ଭୂମିକାରେ ଦେଖା ଦେବେ ନାହିଁ।


ଏହାର କାରଣ ସଂପର୍କରେ ରାଜ କୁମାର ହିରାନୀଙ୍କ କହିଛନ୍ତି ଯେ ‘ପି କେ’ର କ୍ଲାଇମାକ୍ସରେ ଅମୀର ଖାନ୍‌ ନିଜ ଗ୍ରହକୁ ଫେରି ଯାଇଛନ୍ତି। ରଣବୀର କପୁର ନାୟକ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଏସଂପର୍କରେ କିଛି କହୁ ନାହାନ୍ତି ରାଜ କୁମାର ହିରାନୀ।

ସମ୍ବନ୍ଧିତ ଖବର