ମୁମ୍ବାଇ:ଆଜି ହେଉଛି ବଲିଉଡ ତାରକା ରଣବୀର କପୁରଙ୍କ ୩୭ତମ ଜନ୍ମଦିନ। ସେ ଜଣେ ଷ୍ଟାର୍ ନୁହନ୍ତି ବରଂ ଆକ୍ଟରଭାବେ ନିଜକୁ ପ୍ରମାଣିତ କରିସାରିଲେଣି । ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଲୀଳା ଭଁସାଲିଙ୍କ ‘ସାଓ୍ଵାରିଆ’ ମାଧ୍ୟମରେ ବଲିଉଡରେ ଆକ୍ଟର୍ ଭାବେ ଏଣ୍ଟ୍ରି ଦେଇ ପରେ ଅନେକ ନୂଆ ଓ ପୁରୁଣା ମାତ୍ର ଦକ୍ଷ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ରଣବୀର ।ଏବେ ରଣବୀର କପୁରଙ୍କ ନୂଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ଅପେକ୍ଷାରେ ରହିଛି।
ତାଙ୍କ ସଂପର୍କରେ ସଂଜୟ ଲୀଳା ଭଁସାଲି ଏକ ବଡ଼ କଥା କହିଛନ୍ତି।ସଂଜୟ କହିଛନ୍ତି, ‘ରଣବୀର ମୋତେ ‘ ବ୍ଲାକ୍ ’ ଓ ‘ ସାଓ୍ଵାରିୟା’ ରେ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ମୁଁ ଜାଣିଛି ଦିନେ ନା ଦିନେ ସେ ଜଣେ ଭଲ ନିର୍ଦ୍ଦେଶକ ହେବେ । ତାଙ୍କର ପ୍ଲସ୍ ପଏଣ୍ଟ୍ ହେଲା ସେ ନିଜର ଅଭିନୟକୁ ନିର୍ଦ୍ଦେଶକୀୟ ଢଙ୍ଗରେ ପେଶ୍ କରିପାରନ୍ତି ।’
ତେବେ ସଂଜୟ ଏବଂ ରଣବୀର କପୁର ପ୍ରାୟ ୧୨ ବର୍ଷ ହେବ କେବେ ବି ଏକାଠି କାମ କରିନାହାନ୍ତି।