ପ୍ରଥମଥର ପାଇଁ ଏକାଠି ହେବେ ରଣବୀର-ଶ୍ରଦ୍ଧା

ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ ହ୍ୟାଣ୍ଡ୍‌ସମ୍‌ ହଙ୍କ୍‌ ରଣବୀର କପୁର ଓ ଚୁଲ୍‌ବୁଲି ନାୟିକା ‌ଶ୍ରଦ୍ଧା କପୁର। ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ଚଳଚ୍ଚିତ୍ରରେ ଉଭୟ ଅଭିନୟ କରିବେ। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀରେ ଏହାର ଏକ ଅଂଶ ସୁଟିଂ ଶେଷ ହୋଇଛି। ତେବେ ପ୍ରଥମଥ‌ର ପାଇଁ ନିର୍ଦ୍ଦେଶକ ଲଭ୍‌ ରଞ୍ଜନ ଓ ରଣବୀର କପୁରଙ୍କ ସହ ଅଭିନୟ କରି ଶ୍ରଦ୍ଧା ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ୁଛି। ଆଗକୁ ନିଖିଲ ଦ୍ବିବେଦୀଙ୍କ ଚଳଚ୍ଚିତ୍ର ‘ନାଗିନ୍‌’ରେ ବି ଶ୍ରଦ୍ଧା ନଜର ଆସିବେ। ଚଳଚ୍ଚିତ୍ରଟି ଭାରତୀୟ ପୌରାଣିକ କଥାବସ୍ତୁ ଦ୍ବାରା ପ୍ରେରିତ ହୋଇଥିବା ବେଳେ ଏବେର ଆଧୁନିକ ସୁପରହିରୋ ସହ ବି ମିଶ୍ରଣ ହୋଇଛି।

ସମ୍ବନ୍ଧିତ ଖବର