ଆର୍‌କେ ଟି-ସାର୍ଟରେ ନଜର ଆସିଲେ ରଣବୀର

ବଲିଉଡ୍‌ ହ୍ୟାଣ୍ଡ୍‌ସମ୍‌ ହଙ୍କ୍‌ ରଣବୀର କପୁର ଆଜି ମୁମ୍ବାଇର ଏକ ଷ୍ଟୁଡିଓ ବାହାରେ ନଜର ଆସିଛନ୍ତି। ନିଜର ବ୍ୟକ୍ତିଗତ ଟି-ସାର୍ଟ ସହ ରୢାପ୍‌ଡ୍‌ ଜିନ୍ସ ଓ ନୀଳ ରଙ୍ଗର କ୍ୟାପ୍‌ରେ ବେଶ୍‌ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି କପୁର ବଂଶରେ ଏହି ଉତ୍ତରାଧିକାରୀଙ୍କୁ। ଟି- ସାର୍ଟରେ ନିଜ ନିଜ ନାମ ଓ ଉପନାମର ପ୍ରଥମ ଅକ୍ଷର ଆର୍‌କେ ଲେଖାଥିବା ବେଳେ ତାଙ୍କ ପ୍ରିୟ ନମ୍ବର ୮ ମଧ୍ୟ ଲେଖାଥିବା ଦେଖିବାକୁ ମିଳିଛି। ଏଥିସହ ନୀଳ ରଙ୍ଗର ଜିନ୍ସ, ଧଳା ସ୍ନିକର୍‌ ଓ କଳା ମାସ୍କ ତାଙ୍କ ପୂରା ବ୍ୟକ୍ତିତ୍ବକୁ ଅଧିକ ଆକର୍ଷଣୀୟ କରୁଥିଲା।

ସମ୍ବନ୍ଧିତ ଖବର