ଜଣେ ପ୍ରଶଂସକଙ୍କ ଅଡୁଆ ପ୍ରଶ୍ନର ଚତୁର ଉତ୍ତର ଦେଇ ଚର୍ଚ୍ଚାରେ ଅଭିନେତା ରଣବୀର ସୋରି। ରଣବୀର ଏବେ ଅଧିକାଂଶ ସମୟ ସାମାଜିକ ଗଣମାଧ୍ୟମରେ ବିତାଉଥିବା ଦେଖିବାକୁ ମିଳୁଛି। ଟ୍ବିଟର୍ରେ ସେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି, ଯାହାର ନାଁ ଦେଇଛନ୍ତି ‘ଆସ୍କ ମି ଏନିଥିଂ’। ଏଥିରେ ପ୍ରଶଂସକମାନେ ତାଙ୍କୁ ବୃତ୍ତିଗତ ଓ ବ୍ୟକ୍ତିଗତ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତେବେ ନିକଟ ଅତୀତରେ ଜଣେ ପ୍ରଶଂସକ ରଣବୀରଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କିତ ଏକ ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇ ଦେଇଥିଲେ। ପ୍ରଶଂସକଜଣଙ୍କ କହିଥିଲେ, ଜଣେ ନିର୍ଦ୍ଦେଶିକା ଓ ଅଭିନେତ୍ରୀ ଭାବେ ମୁଁ ଆପଣଙ୍କ ପୂର୍ବତନ ପତ୍ନୀ କୋଙ୍କଣା ସେନ୍ଶର୍ମାଙ୍କୁ ବହୁତ ପସନ୍ଦ କରେ। ତେବେ ଆପଣ ଦୁହେଁ ପୁଣିଥରେ ବିବାହ କରିବେ କି? ଏହାର ଉତ୍ତର ‘ହଁ’ କିମ୍ବା ‘ନା’ ନ କହି ସୋରି କେବଳ ଏକ ‘ସ୍ମାଇଲ୍’ ଇମୋଜି ଦେଇ ଚତୁରତାର ସହ ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ। ସୂଚନାଯୋଗ୍ୟ, ଗତ ମାସରେ ସୋରି ଓ କୋଙ୍କଣାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ବଲିଉଡ୍ ଦମ୍ପତିଙ୍କ ସଂପର୍କରେ ୨୦୧୫ ଆଡ଼କୁ ଫାଟ ସୃଷ୍ଟି ହୋଇଥିଲା। ସେବେଠାରୁ ଦୁହେଁ ଅଲଗା ରହି ଆସୁଥିଲେ।
ଆଉ ଥରେ କୋଙ୍କଣାଙ୍କ ବିବାହ କରିବେ ରଣବୀର!
/sambad/media/post_attachments/wp-content/uploads/2020/09/ranveer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)