ଏହି କାରଣରୁ ଖ୍ରୀଷ୍ଟମାସ ପାଳନ କଲେ ନାହିଁ ବଲିଉଡ୍‌ ଅଭିନେତା ରଣବୀର କପୁର

ମୁମ୍ବାଇ : ଯାହାର ଯେତେ କାମ ଥିଲେ ବି ପର୍ବପର୍ବାଣୀମାନଙ୍କରେ ସମସ୍ତେ କାମରୁ ବିରତି ନେଇ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ମିଶି ଖୁସି ମନାଇଥାନ୍ତି । କିନ୍ତୁ ରଣବୀରଙ୍କୁ ଚଳିତ ବର୍ଷ ଏହି ସୁଯୋଗ ମିଳି ପାରିନାହିଁ। ସବୁ ବର୍ଷ ଭଳି ସେ ଏ ବର୍ଷ ନିଜ ପରିବାର ଲୋକଙ୍କ ସହ ଖ୍ରୀଷ୍ଟମାସ ପାଳନ କରିନାହାନ୍ତି ବୋଲି ଜଣାପଡ଼ିଛି ।

News Nation

ସୂଚନା ମୁତାବକ, ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ଶମ୍‌ଶେରା’ର ସୁଟିଂରେ ବ୍ୟସ୍ତ ଥିବା ଜଣା ପଡ଼ିଛି। ଏଥିରେ ତାଙ୍କ ବିପକ୍ଷରେ ବାଣୀ କପୁର ଥିବା ବେଳେ ଚଳିତ ବର୍ଷ ରଣବୀରଙ୍କୁ ସୁଟିଂରୁ ବ୍ରେକ୍‌ ମିଳି ପାରି ନାହିଁ । ଖାଲି ସେ ନୁହନ୍ତି, ଫିଲ୍ମର ପୂରା କାଷ୍ଟ ଏବଂ କ୍ରିଉ ମେମ୍ବରଙ୍କୁ ଛୁଟି ମିଳି ନଥିବା ଜଣାପଡ଼ିଛି । ଠିକ୍‌ ସମୟରେ ସୁଟିଂ ସାରିବା ପାଇଁ ସେମାନେ ଏପରି କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ କରଣ ମାଲହୋତ୍ରା ଥିବା ବେଳେ ଫିଲ୍ମଟି ଜୁଲାଇ ୩୧,୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର