ମୁମ୍ବାଇ: ନଭେମ୍ବର ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା।  ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ମଣିପୁରରେ ବିବାହ କରିଛନ୍ତି ବୋଲି ସୂଚନା ରହିଛି।

Advertisment

ଲିନ୍ ଏବଂ ରଣଦୀପ ଅନେକ ବର୍ଷ ହେବ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇ ସେମାନେ ନିଜ ସଂପର୍କକୁ ଆନୁଷ୍ଠାନିକ କରିଛନ୍ତି।

ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଅତୀତରେ ଅଭିନେତା ବିବାହର ନିମନ୍ତ୍ରଣ କାର୍ଡ ସେୟାର କରି ସୂଚନା ଦେଇଥିଲେ। ମଣିପୁରୀ ପୋଷାକ ପିନ୍ଧି ମଣିପୁରର ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି।

ବିବାହ ପରେ ଦମ୍ପତିଙ୍କ ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ଦୁହେଁ କେକ୍‌ କାଟି ଖୁସି ମନାଇଥିବାର ଦେଖିବାକୁ ମିଳିଛି। ଅଭିନେତା ତାଙ୍କର ଖୁସିର ମୁହୂର୍ତ୍ତଗୁଡ଼ିକର ଗୋଟାଏ ପରେ ଗୋଟାଏ ଭିଡିଓ ସେୟାର୍‌ କରି ଚାଲିଛନ୍ତି। କେକ୍‌ କାଟିବା ପରେ ରଣଦୀପ ତାଙ୍କର ନବବିବାହିତା ପତ୍ନୀଙ୍କୁ କେକ୍‌ ଖୁଆଇ ଦେଉଥିବାର ବି ଦେଖିବାକୁ ମିଳିଛି।

ତେବେ ରଣଦୀପଙ୍କ ପ୍ରେମିକା ଲିନ୍ ଲାଇଶ୍ରମ ମଧ୍ୟ ଜଣେ ଅଭିନେତ୍ରୀ। ସେ ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଫିଲ୍ମ ‘ରଙ୍ଗୁନ’ ଓ ‘ମେରୀ କମ୍’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ତାଙ୍କୁ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜାନେ ଜାନ’ରେ ଦେଖିବାକୁ ପାଇଥିଲେ ଦର୍ଶକ।