ମୁମ୍ବାଇ: ଧିରେ ଧିରେ ରଙ୍ଗୋଲି ଚନ୍ଦେଲ ନିଜର ସୀମା ଭୁଲିବାରେ ଲାଗିଛନ୍ତି । ପୂର୍ବରୁ ସେ ଟୁଇଟ୍ କରି ଅନେକ ବଲିଉଡ୍ କଳାକାରଙ୍କୁ ଟାର୍ଗେଟ କରି ସାରିଥିବା ବେଳେ ଏବେ ସେ ଅଭିନେତ୍ରୀ ତାପ୍ସୀ ପନ୍ନୁଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ର ଟ୍ରେଲର ଦେଖି ତାପ୍ସୀ ଟୁଇଟ୍ କରି ଟ୍ରେଲରକୁ ପ୍ରଶଂସା କରିଥିଲେ । ଏହା ପରେ ମଧ୍ୟ ରଙ୍ଗୋଲି ତାପ୍ସୀଙ୍କୁ ଅସମ୍ମାନ କରିବାକୁ ଭୁଲି ନଥିଲେ ।
Kuch log Kangana ko copy kar ke he apni dukaan chalate hain, magar pls note, they never acknowledge her not even a mention of her name in praising the trailer, last I heard Taapsee ji said Kangana needs a double filter and Tapsee ji you need to stop being a sasti copy ? https://t.co/5eRioUxPic
— Rangoli Chandel (@Rangoli_A) July 3, 2019
ଟୁଇଟ୍ କରି, "କିଛି ଲୋକ କଙ୍ଗନାର ନକଲ କରି ବଲିଉଡ୍ରେ ନିଜ ଦୋକାନ ଚଳାଉଛନ୍ତି । କିନ୍ତୁ ଦୟା କରି ନୋଟ୍ କରନ୍ତୁ, କେହି ମଧ୍ୟ ଟ୍ରେଲରର ପ୍ରଶଂସା କରିବା ସମୟରେ କଙ୍ଗନାଙ୍କ ନାଁ ନେଇ ନାହାନ୍ତି । କିଛି ଦିନ ତଳେ ତାପ୍ସୀ କହିଥିଲେ କି କଙ୍ଗନାଙ୍କୁ ଡବଲ ଫିଲଟରର ଆବଶ୍ୟକତା ରହିଛି । ମୁଁ ତାଙ୍କୁ କହିବାକୁ ଚାହେଁ, ତାପ୍ସୀ ଜୀ ତୁମେ ନିଜକୁ ଶସ୍ତା କପି କର ନାହିଁ । ଏହାକୁ ତୁରନ୍ତ ବନ୍ଦ କରିଦିଅ" ବୋଲି ଲେଖିଥିଲେ ରଙ୍ଗୋଲି । ପୂର୍ବରୁ ତାପ୍ସୀ କଙ୍ଗନାଙ୍କୁ ନେଇ ଦେଇଥିବା ମତକୁ ନେଇ ରଙ୍ଗୋଲି ତାଙ୍କୁ ଏଭଳିି ପ୍ରତିକ୍ରିୟା ଦେଇଥିବା ଜଣା ପଡ଼ିଛି ।