ରେଖାଙ୍କ ସହ କଙ୍ଗନାଙ୍କୁ ତୁଳନା କଲେ ରଙ୍ଗୋଲି, ଲୋକେ କହିଲେ; ଶସ୍ତା ଛାଡ଼ ମାଗଣା କପି ହେବାକୁ ମଧ୍ୟ ଯୋଗ୍ୟ ନୁହଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସୋସିଆଲ ମିଡିଆରେ ନିଜର ବୟାନବାଜିକୁ ନେଇ ଖୁବ୍‌ ପରିଚିତ । ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସେ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କୁ ଟାର୍ଗେଟ କରିବା ସହ ନିଜ ଭଉଣୀ କଙ୍ଗନାଙ୍କ ପ୍ରଶଂସା କରିଥାନ୍ତି । କିନ୍ତୁ ଏବେ ନିଜ ଭଉଣୀକୁ ଦିଗ୍ଗଜ ଅଭିନେତ୍ରୀ ରେଖାଙ୍କ ସହ ତୁଳନା କରିବା ତାଙ୍କୁ ମହଙ୍ଗା ପଡ଼ିଛି । ଲୋକେ ତାଙ୍କୁ ଟୁଇଟରରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

କଙ୍ଗନାଙ୍କ ବିଭିନ୍ନ ଫଟୋ ଟୁଇଟ୍‌ କରି କ୍ୟାପ୍‌ସନରେ ରଙ୍ଗୋଲି ଲେଖିଥିଲେ କି, ଆଜି ମୁଁ କଙ୍ଗନାଙ୍କ ଅସଲ ଚେହେରା ଦେଖାଇବି।  ସେ ରେଖାଜୀଙ୍କ ଭଳି ହେବାକୁ ଚାହୁଁଛନ୍ତି । ଏଠାରେ ମୁଁ କିଛି ଫଟୋ ଦେଇଛି । ଦେଖନ୍ତୁ ଓ ନିଷ୍ପତ୍ତି ନିଅନ୍ତୁ ।

ରଙ୍ଗୋଲିଙ୍କ ଏହି ଟୁଇଟ୍‌ ପଢ଼ି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଜଣେ ବ୍ୟବହାରକାରୀ ଫଟୋ ଦେଖିଲୁ ଓ ନିଷ୍ପତ୍ତି ମଧ୍ୟ ନେଲୁ । ତୁମ ଭଉଣୀ ରେଖାଙ୍କ ଶସ୍ତା କପି ଛାଡ଼ ମାଗଣା କପି ହେବାକୁ ମଧ୍ୟ ଯୋଗ୍ୟ ନୁହଁ ବୋଲି ଲେଖିଥିବା ବେଳେ ଆଉ ଜଣେ ରେଖାଜୀ ରେଖାଜୀ, ତାଙ୍କ ସହ କାହାକୁ ତୁଳନା କରାଯାଇ ପାରିବ ନାହିଁ ।

ସମ୍ବନ୍ଧିତ ଖବର