ମୁମ୍ବାଇ: ଅନେକ ଦିନର ଅପେକ୍ଷା ପରେ ଆଜି ବଲିଉଡ ଅଭିନେତ୍ରୀ ରାଣୀ ମୂଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ-୨’ର ଟ୍ରେଲର ସାମ୍ନାକୁ ଆସିଛି। ଟ୍ରେଲର ରିଲିଜର ୪ଘଣ୍ଟା ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ବେଳେ ଫିଲ୍ମର କାହାଣୀକୁ ସମସ୍ତେ ପସନ୍ଦ କରୁଥିବା ଦେଖାଯାଇଛି। ଫିଲ୍ମଟି ଦେଶରେ ହେଉଥିବା ଦୁଷ୍କର୍ମକୁ ନେଇ ତିଆରି କରାଯାଇଛି। ଜଣେ ଅଭିଯୁକ୍ତ କିଭଳି ନାବାଳିକାମାନଙ୍କୁ ଅପହରଣ କରି ସେମାନଙ୍କ ସହ ଦୁଷ୍କର୍ମ କରିବା ପରେ ନୃଶଂସ ଭାବେ ହତ୍ୟା କରୁଛି, ତାହା ଟ୍ରେଲରରେ ଦେଖିବାକୁ ମିଳିଛି। ଏହା ସହ ଅଭିନେତ୍ରୀ ରାଣୀ ମୂଖାର୍ଜୀ କିଭଳି ଭାବେ ସହାସର ସହ ଅଭିଯୁକ୍ତକୁ କାବୁ କରୁଛନ୍ତି, ତାହା ଟ୍ରେଲରେ ଦେଖାଯାଇଛି।
ତେବେ ଟ୍ରେଲରଟି ସାମ୍ନାକୁ ଆସିବା ପରେ ରାଣୀଙ୍କ ଆକ୍ସନ ଓ ଅଭିନୟକୁ ଦର୍ଶକେ ପସନ୍ଦ କରିଛନ୍ତି। ଏମିତି ୨୦୧୯ର ଏହା ସବୁଠାରୁ ଭଲ ଟ୍ରେଲର ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ବିଶେଷ କରି ଫିଲ୍ମଟି ନାବାଳିକା ଦୁଷ୍କର୍ମ ଉପରେ ପର୍ଯ୍ୟବେଶିତ ହୋଇଥିବାରୁ ଏହାକୁ ଶିଶୁ ଦିବସରେ ଫିଲ୍ମର ନିର୍ମାତା ରିଲିଜ୍ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଗୋପି ପୁଠରାଣ ଦେଇଥିବା ବେଳେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି ବିକ୍ରମ ସିଂହ ଚୌହାନ୍, ଶ୍ରୁତି ବାପନା, ରାଜେଶ ଶର୍ମା ଓ ସୁଧାଂଶୁ ପାଣ୍ଡେ।