ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀ #ମି ଠୁ ଅଭିଯାନକୁ ନେଇ ଦେଇଥିବା ବୟାନ ପାଇଁ ବିବାଦରେ ଫସିଥିବା ଜଣାପଡ଼ିଛି । ସେ ଦେଇଥିବା ବୟାନ ପାଇଁ ସମାଲୋଚକମାନେ ତାଙ୍କୁ ଟ୍ରୋଲ କରିଛନ୍ତା ଟୁଇଟରରେ ରାଣୀ #ମି ଠୁ ଅଭିଯାନକୁ ନେଇ ଦେଇଥିବା ମନ୍ତବ୍ୟର ଭିଡିଓଟି ଭାଇରାଲ ହେଇଥିବା ବେଳେ ଲୋକେ ତାଙ୍କୁ ବିଭିନ୍ନ କଥା କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, ଗଣମାଧ୍ୟମ ସଂସ୍ଥା ‘ନିଉଜ୍ ୧୮’ ତରଫରୁ ଆୟୋଜନ କରାଯାଇଥିବା ‘ଦ ଆକ୍ଟ୍ରେସ୍ ରାଉଣ୍ଡ ଟେବୁଲ ୨୦୧୮’ରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ତାପସୀ ପାନ୍ନୁ, ତବୁ ଏବଂ ଅନୁଷ୍କା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ରାଣୀ ମୁଖାର୍ଜୀଙ୍କୁ #ମି ଠୁ ଅଭିଯାନକୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି ରାଣୀ କହିଥିଲେ ‘ମହିଳାମାନଙ୍କୁ ନିଜର ସୁରକ୍ଷା ନିଜେ କରିବା ଦରକାର। ସୁରକ୍ଷା କରିବା ପାଇଁ ସେମାନଙ୍କୁ ମାର୍ସଲ ଆର୍ଟ ନିହାତି ଭାବରେ ଶିଖିବା ଦରକାର । ଯେପର୍ଯ୍ୟନ୍ତ ଜଣେ ମହିଳା ନିଜ ସହ ଭୁଲ ହେବାକୁ ଦେବ ନାହିଁ, ସେ ପର୍ଯ୍ୟନ୍ତ ତା’ ସହ ଭୁଲ ହେବ ନାହିଁ ।’ ତାଙ୍କର ଏହି ମନ୍ତବ୍ୟ ରାଣୀଙ୍କଙ୍କୁ ଟ୍ରୋଲ୍ କରାଯାଇଛି।
she's going on about how women should learn self defense (which is important I'm not saying it's not) but she is not focusing on why such a situation should arise in the first place. Deepika, Alia and Anushka allmade good points but I'm disappointed in Rani Mukerji. https://t.co/MeOv6jFGok
— ɦเα (@velvetjungoo) December 30, 2018
କ’ଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ସେ ବିଷୟରେ ନ କହି ମହିଳାମାନଙ୍କୁ କ’ଣ କରିବା ଦରକାର ସେ ବିଷୟରେ କହିବା ଠିକ୍ନଥିଲା । ରାଣୀଙ୍କଠାରୁ ଏହା ଆଶା କରାଯାଉ ନଥିଲା ବୋଲି ଅନେକ ଟୁଇଟର୍ ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି ।