ଜନ୍ମଦିନ ଅବସରରେ ହୃଦୟଭରା ଚିଠି ଲେଖିଲେ ରାଣୀ ମୁଖାର୍ଜୀ

ମୁମ୍ବାଇ: ୪୦ ବର୍ଷ ବୟସରେ ପାଦ ରଖିଛନ୍ତି ବଲିଉଡର ଲୋକପ୍ରିୟ ନାୟିକା ରାଣୀ ମୁଖାର୍ଜୀ। ସେ ତାଙ୍କର ୨୨ ବର୍ଷର ବଲିଉଡ୍‌ କ୍ୟାରିୟର୍‌ ହେତୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ସେ ଅଭିନୟ କରିଥିବା ଚଳଚ୍ଚିତ୍ରଗୁଡ଼ିକ ଭିତରୁ ନିଜ ଜନ୍ମଦିନ ଅବସରରେ ‘ମର୍ଦାନୀ’ ଏବଂ ‘ହିଚ୍‌କୀ’କୁ ମନେ ପକାଇଛନ୍ତି। ନିଜର ୨୨ ବର୍ଷର ବଲିଉଡ୍‌ ଯାତ୍ରା ସଂପର୍କରେ ଏହି ଲୋକପ୍ରିୟ ନାୟିକା ଯେଉଁ ହୃଦୟଭରା ଚିଠି ଲେଖିଛନ୍ତି ତାହାର ସାରାଂଶ ନିମ୍ନରେ ଦିଆଯାଇଛି।

‘୪୦ ବର୍ଷରେ ପାଦ ଦେଇ ମୁଁ ନିଜକୁ ମହାନ ଭାବୁଛି। ୨୨ ବର୍ଷର ବଲିଉଡ୍‌ ଯାତ୍ରାରେ ପାଇଥିବା ସ୍ନେହ ଓ ଆଶୀର୍ବାଦ ପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ଏମିତି ଖୁବ୍‌ କମ୍‌ ଚଳଚ୍ଚିତ୍ର ନିର୍ମାଣ ହୁଏ ଯାହା ସାମାଜିକ ପରିବର୍ତ୍ତନର କାରଣ ହୁଏ। ଏ ଦିଗରେ ମୁଁ ନିଜକୁ ଧନ୍ୟ ମନେ କରେ। ସେପରି ଗୁଡ଼ାଏ ଚଳଚ୍ଚିତ୍ର ମୋତେ ନିର୍ମାତା ଦେଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ମୁଁ ଏକଥା ଭାବିବାକୁ ଖୁବ୍‌ ବିଳମ୍ବ କରିଦେଲି ଯେ ମୁଁ ଜଣେ ଅଭିନେତ୍ରୀ ହେବାକୁ ହିଁ ଜନ୍ମ ହୋଇଥିଲି। ଲୋକଙ୍କ ମନୋରଞ୍ଜନ ପାଇଁ ମୋର ଜନ୍ମ। ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା ପାଇଁ ଜଣେ ପୁରୁଷ ଅପେକ୍ଷା ଜଣେ ନାରୀକୁ ବେଶି ସଂଘର୍ଷ କରିବାକୁ ପଡ଼ିଥାଏ। କାହିଁକି ନା, ନାରୀଟିଏ ସବୁବେଳେ ତା’ର ସୌନ୍ଦର୍ଯ୍ୟ, ଉଚ୍ଚତା, କଣ୍ଠ ଓ ଅଭିନୟ ଦକ୍ଷତା ଓ ନୃତ୍ୟ ଦକ୍ଷତାରେ ତଉଲାଯାଏ। ମୁଁ କଥା ଦେଉଛି ପୁଣି ଶୀଘ୍ର ଫେରିବି, ଆପଣମାନଙ୍କୁ ମନୋରଞ୍ଜନ କରାଇବା ପାଇଁ। ସେପର୍ଯ୍ୟନ୍ତ ସମସ୍ତଙ୍କୁ ମୋର ଭଲପାଇବା।

 

।।ଇତି।।

ଆପଣଙ୍କ ରାଣୀ’

 

ସମ୍ବନ୍ଧିତ ଖବର