ଧାନବିଲରେ ରାଣୀ ପଣ୍ଡା !

ଭୁବନେଶ୍ୱର: ଶୀର୍ଷକ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଦୌ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ରାଣୀ ଏବେ ଧାନବିଲ ଶୀର୍ଷକ ଗୀତରେ ନଜର ଆସିଛନ୍ତି | ନୂଆ ଅବତାରରେ ଚର୍ଚ୍ଚିତ ଯାତ୍ରା ନୃତ୍ୟ କଳାକାର ରାଣୀ ପଣ୍ଡା | ରାଣୀ ଏବେ ପ୍ରଯୋଜନା ଓ କଣ୍ଠଶିଳ୍ପୀ ଭାବରେ ନିଜର ଏକ ଭିନ୍ନ କ୍ୟାରିୟର ଆରମ୍ଭ କରିଛନ୍ତି | ‘ଧାନ ବିଲ ଖସଖସ, ରାଣୀ ପଣ୍ଡା ଫାଙ୍କା ଅଛ ଯଦି ଜଲଦି ପଟିବ ଆସ’ ଶୀର୍ଷକ ଗୀତକୁ ସେ ଗାଇଛନ୍ତି | ତାଙ୍କ ସହ କଣ୍ଠଶିଳ୍ପୀ ବୈଭବ ମଧ୍ୟ ସାଥ ଦେଇଛନ୍ତି |

ଏହି ଗୀତଟିର ସଂଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦେଇଥିବାବେଳେ ପ୍ରଯୋଜନା ଭାର ଖୋଦ ରାଣୀ ପଣ୍ଡା ସମ୍ଭାଳିଛନ୍ତି | ଏହି ଗୀତଟିକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଲୋକେସନରେ ସୁଟିଂ କରାଯାଇଥିବାବେଳେ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଛନ୍ତି |

ୟୁଟ୍ୟୁବରେ ଖୁବ କମ ଦିନ ମଧ୍ୟରେ ଏହି ଗୀତଟିକୁ ୨୦ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଛନ୍ତି | ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗ ହେଉ ବା ଫିଲ୍ମରେ ଅଭିନୟ କରିବା ହେଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାଣୀ | ଏବେ ରାଣୀ ପ୍ରଯୋଜନା ଓ କଣ୍ଠଦାନରେ ନିଜର ନୂଆ କ୍ୟାରିୟର ଆରମ୍ଭ କରିଛନ୍ତି | ପୂର୍ବରୁ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଧାନ ବିଲ ଖସଖସ ଲୋକଗୀତ ନେଇ ଚର୍ଚ୍ଚାକୁ ଆସିଥିଲେ | ଏହାକୁ ନେଇ ରାଣୀ କହିଛନ୍ତି ଯେ ନୂଆ ଦୁନିଆରେ ପାଦ ରଖିଥିବାରୁ ସେ ବହୁତ ଖୁସି | ନୂଆ ଦାୟିତ୍ୱକୁ ସେ ପୂର୍ଣ୍ଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର