ପୁଣି ଥରେ ମାଆ ହେବେ ରାଣୀ ମୁଖାର୍ଜୀ !

ମୁମ୍ବାଇ:ବଲିଉଡର ଜଣାଶୁଣା ନାୟିକା ତଥା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଦିତ୍ୱୀୟ ପତ୍ନୀ ରାଣୀ ମୁଖାର୍ଜୀ ପୁଣି ଥରେ ମାଆ ହେବେ ବୋଲି ଚର୍ଚ୍ଚା ହେଉଛି। ଏ ସଂପର୍କରେ ନିଜେ ରାଣୀ ଆଗ୍ରହୀ ବୋଲି କହିଛନ୍ତି। ସେ ୨୦୧୪ରେ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଥିଲେ ଏବଂ ୨୦୧୫ରେ ସେମାନଙ୍କର ଝିଅ ଆଦିରା ଜନ୍ମ ହୋଇଥିଲା। ଏବେ ରାଣୀ ମୁଖାର୍ଜୀ ଆଦିରାର ଲାଳନପାଳନରେ ବେଶି ସମୟ ଦେଉଛନ୍ତି। ସେ ଚାହୁଁଛନ୍ତି ପୁଣି ଥରେ ମାଆ ହେବେ।

photo-filmbeats

ରାଣୀ କହିଛନ୍ତି ଯେ ସେ ଯେତେବେଳେ ବି ଆଦିଙ୍କ ସହ କଥା ହେଉଛନ୍ତି କେବଳ ସେହି ଗୋଟିଏ ବିଷୟରେ କଥା ହୁଅନ୍ତି ଯେ କେବେ ପୁଣି ତାଙ୍କର ପରିବାର ବଢ଼ାଇବାର ଯୋଜନା କରୁଛନ୍ତି ଆଦି। ସେ କେବେ ହେଲେ ଆଦିତ୍ୟ ଚୋପ୍ରାଙ୍କୁ ତାଙ୍କ ସିନେମା ସଂପର୍କରେ ପଚାରନ୍ତି ନାହିଁ କି ସେ ବିଷୟରେ ଜାଣିବାର ଆଗ୍ରହ ଦେଖାନ୍ତି ନାହିଁ। ଏପରିକି ସେ ବି ଆଉ ଅଭିନୟରେ କ୍ୟାରିଅର୍‌ ଲାଗି ବିଶେଷ ଆଗ୍ରହୀ ନୁହନ୍ତି ବୋଲି ପରୋକ୍ଷଭାବେ କହିଛନ୍ତି। ରାଣୀ ମୁଖାର୍ଜୀ ଚାହୁଁଛନ୍ତି ଯେ ସେ କେବଳ ପରିବାର ଦାୟିତ୍ୱ ନେବେ। ଯାହା ଜଣା ପଡ଼ୁଛି ଆଦିତ୍ୟ ରାଜି ହେଲେ ସେ ଆଉ ଏକ ସନ୍ତାନର ଜନନୀ ହେବେ। ଦେଖାଯାଉ ରାଣୀଙ୍କର ଏହି ଇଚ୍ଛା କେବେ ପୂରଣ କରୁଛନ୍ତି ଆଦିତ୍ୟ ଚୋପ୍ରା । ଏଠାରେ ସୂଚନାଯୋଗ୍ୟ ଯେ ରାଣୀଙ୍କର ଆଗାମୀ ସିନେମା ‘ହିଚକୀ’ ଆଗାମୀ ବର୍ଷ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର